Live Live
LIVE

ନବୀନଙ୍କୁ କଟ୍ଟୁ ଟିପ୍ପଣୀକୁ ବିଜେଡିର ନିନ୍ଦା, ଦଳ କହିଲା- ଶାଳୀନତା ରଖ ବିଜେପି ବିଧାୟକ

NEWS7
police-to-wear-body-camera-in-the-police-station

ଭୁବନେଶ୍ଵର: ବିଜେପି ବିଧାୟକ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦେଉଥିବା କଟ୍ଟୁ ଟିପ୍ପଣୀକୁ ନିନ୍ଦା କଲା ବିଜେଡି। ବିଜେପି ଗୃହର ଗାରିମା କଥା ଚିନ୍ତା ନ କରି ମନଇଚ୍ଛା ଟିପ୍ପଣୀ ଦେଉଛନ୍ତି। କାହାର ଶାଳୀନତା ରହୁନି। ରାଷ୍ଟ୍ରୀୟସ୍ତରରେ ମଧ୍ୟ ଶୁବ୍ରମଣ୍ୟମ ସ୍ୱାମୀ ଓ ରାଜ୍ୟରେ ଅବିଭକ୍ତ ଗଞ୍ଜାମର କିଛି ବିଧାୟକ ଅତି ନିମ୍ନମାନର ମନ୍ତବ୍ୟ ଦିଆଯାଉଛି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି।

ସେ କହିଛନ୍ତି, ସାମାନ୍ୟତମ ଶାଳୀନତା ରଖିବାର ଆବଶ୍ୟକତା ରହିଛି। ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି। ଆଉ ନବୀନ ପଟ୍ଟନାୟକ ବି ଛୋଟ ହେବେନି। ବିଜେପି ସଭାପତି ଏମିତି କହିବା ପାଇଁ କହୁଛନ୍ତି କି? ଯଦି ସେମିତି ହେଉଛି ତେବେ ସେମାନେ ମନ୍ତବ୍ୟ ଦେବା ବେଳେ ତାହା ସ୍ପଷ୍ଟ କରନ୍ତୁ।

Also read: ରାଜ୍ୟସଭା ରେସ୍ରେ ରହିଲେ ୫ ପ୍ରାର୍ଥୀ, ତେଲେଙ୍ଗାନା ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ

ବର୍ତ୍ତମାନ ରାଜ୍ୟସଭା ନିର୍ବାଚନରେ ଦେଖେଇ ଭୋଟ୍ ଦେବାର ବ୍ୟବସ୍ଥା ଅଛି। ତେଣୁ ଗଳାବାଟର ବ୍ୟବସ୍ଥା ନାହିଁ। ଦିଲ୍ଲୀପ ରାୟ ସିବିଆଇ ଦ୍ୱାରା ମାମଲାରେ ଛନ୍ଦି ହୋଇଛନ୍ତି। ମାମଲା ଏବେ ବିଚାରଧୀନ ଅଛି। ଗୋଟିଏ ନିର୍ବାଚନ ପାଇଁ କୋର୍ଟ ନିର୍ଦେଶକୁ ଆସିଲେ, ଏବେ ଜଣେ ଦଳର ସଦସ୍ୟ ଥାଇ ସ୍ୱାଧୀନ ଛିଡ଼ା ହେବାର ଉଦେଶ୍ୟ କଣ। ଘୋଡ଼ା ବେପାର ମୂଳ ଲକ୍ଷ୍ୟ କି? ବିଜେପି ଘୋଡ଼ା ବେପାର କରିବା ପାଇଁ ବ୍ୟଗ୍ର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ବୋଲି ଲେନିନ ମହାନ୍ତି କହିଛନ୍ତି।