LIVE TV
LIVE TV

ଜମି ପୂଜା ପରେ ଦେଶୀ ମଦ ପିଇ ୩ ଗୁରୁତର, ଡାକ୍ତରଖାନାରେ ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର

NEWS7
police-sub-inspector-arrested-for-allegedly-raping-4-yr-old-girl-in-rajasthan

ପାଟଣାଗଡ଼ ୨।୧୨: ଦେଶୀ ମଦ ଜୀବନ ନେଇଥିବା ଅଭିଯୋଗ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଓଡ଼ିଆପାଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦେଶୀ ରନ୍ଧା ମଦ ପିଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ଅଭିଯୋଗ ଆସିଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଓଡ଼ିଆପାଲି ଗାଁର ବେଲାରସିଂ ମାଝୀ ତାଙ୍କ ଜମିରେ ପୂଜା ପରେ କିଛି ଲୋକଙ୍କୁ ଖାଇବା ପାଇଁ ଡାକିଥିଲେ । ଖାଇବା ପୂର୍ବରୁ କିଛି ଲୋକ ଦେଶୀ ରନ୍ଧା ମଦ ପିଇଥିଲେ । ସେମାନଙ୍କ ମଧ୍ୟରୁ ତିନି ଜଣ ଗୁରୁତର ହୋଇପଡିଥିଲେ । ତିନି ଜଣଙ୍କୁ ଉଦ୍ଧାର କରି ପରିବାର ତରଫରୁ ପାଟଣାଗଡ଼ ଡାକ୍ତରଖାନା ଅଣାଯାଇଥିଲା । ସେଠାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକ ହେଲେ ସେହି ଗାଁର ସୁରୁ ମାଝୀ ବୋଲି ଜଣାପଡିଛି । ଗୁରୁତର ମାନେ ହେଲେ ହରି ମାଝୀ ଓ ଦୁଲ୍ଲବ ନାଏକ । ଗୁରୁତର ମାନେ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମୃତକଙ୍କ ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ଖପ୍ରାଖୋଲ ପୋଲିସ ।

ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଦେଶୀ ମଦ ପିଇ ଏଭଳି ଘଟିଥିବା ଚର୍ଚ୍ଚା ହେଉଛି । ପୋଲିସର ତଦନ୍ତ ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି କୁହାଯାଉଛି ।