ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ଅଶାନ୍ତ ପରିବେଶ, ମୁଖ୍ୟ ହତ୍ୟାକାରୀକୁ ଗିରଫ ଦାବିରେ ଥାନା ଘେରିଲେ

Published By : Prameya-News7 Bureau | August 28, 2025 IST

ରାୟଗଡ଼ା ୨୮।୮: ରାୟଗଡା ସହରରେ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ସହରରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି । ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ଶତାଧିକ ଲୋକ ଟାଉନ୍ ଥାନା ଘେରାଉ କରିଛନ୍ତି । ରାସ୍ତା ଅବରୋଧ ହେବା ଫଳରେ ରାୟଗଡା ସହରରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାନବାହନ ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଛି । ରାସ୍ତାର ଉଭୟ ପାର୍ଶ୍ବରେ ଏକାଧିକ ଗାଡି ଠିଆ ହୋଇରହିଛି । 

ସୂଚନାଯୋଗ୍ୟ ଯେ, ବୁଧବାର ଅପରାହ୍ନରେ ସହରର ଅଗ୍ନଶମ ବିଭାଗ ପଛପଟ ପଡିଆରେ ଖେଳୁଥିବା ବେଳେ ହରିଜନ ବସ୍ତିର ୨୫ ବର୍ଷ ବୟସ୍କ ଯୁବକ ରୋହିତ ଥାପ୍ପାକୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଙ୍ଗବଦ୍ଧ ଭାବେ ହତ୍ୟା କରାଯାଇଥିଲା । ଏନେଇ ଟାଉନ୍ ଥାନାରେ ପରିବାର ପକ୍ଷରୁ ଏତଲା ଦେବା ପରେ ପୋଲିସ ୬ ଜଣକୁ ଅଟକ ରଖି ପଚରାଉଚରା କରୁଛି । ହେଲେ ଏପର୍ଯ୍ୟନ୍ତ ମୁଖ୍ୟ ହତ୍ୟାକାରୀ ଧରା ପଡିନଥିବା ବେଳେ ହତ୍ୟାକାରୀକୁ ଧରିବା ପାଇଁ ପରିବାର ଲୋକେ ଅଡି ବସିଛନ୍ତି । ଅନ୍ୟପଟେ ହତ୍ୟାକାଣ୍ଡର ୧୭ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ଶବ ବ୍ୟବଚ୍ଛେଦ ହୋଇନି । ଅଭିଯୁକ୍ତ ମାନଙ୍କୁ ନଧରିବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରିବାକୁ ଦିଆଯିବ ନାହିଁ ବୋଲି ପରିବାର ଲୋକେ କହିଛନ୍ତି । ଅନ୍ୟପଟେ ହତ୍ୟାକାରୀଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ରାୟଗଡା ଏସଡିପିଓ ସୂଚନା ଦେଇଛନ୍ତି ।

You Can Read:

ଗଭୀର ସମୁଦ୍ରରେ ଓଲଟିଲା ମାଛଧରା ବୋଟ୍, ଭଗ୍ନାଂଶକୁ ଧରି ଦୁଇ ଦିନ ଭାସି ରହିଲେ ୪ ମତ୍ସ୍ୟଜୀବୀ


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.