ଗମ୍ଭୀର ଏବଂ କୋହଲିଙ୍କ ମଧ୍ୟରେ କିଛି ବିବାଦ ନାହିଁ, ଡ୍ରେସିଂ ରୁମରେ ସବୁ ଠିକ୍ ଅଛି- ମୁହଁ ଖୋଲିଲା ବିସିସିଆଇ

NEWS7
police-oic-sentenced-4-years-imprisonment

ମୁମ୍ବାଇ,|୦୨ : ଗୌତମ ଗମ୍ଭୀର କୋଚ୍ ହେଲା ପରେ ଭାରତୀୟ ଡ୍ରେସିଂ ରୁମରେ କିଛି ଠିକ୍ ଚାଲୁନି । ସିନିୟର ଖେଳାଳିଙ୍କୁ ପସନ୍ଦ କରନ୍ତିନି ଗମ୍ଭୀର । ତାଙ୍କ ପାଇଁ ବିରାଟ କୋହଲି ଏବଂ ରୋହିତ ଶର୍ମା ଟେଷ୍ଟ୍ କ୍ରିକେଟ୍ ଛାଡିଛନ୍ତି । କିଛି ଏପରି ଚର୍ଚ୍ଚା କରନ୍ତି ଫ୍ୟାନ୍ସ । ଅନେକ ସମୟରେ ଷ୍ଟାଡିୟମରେ ଗମ୍ଭୀର ଏବଂ କୋହଲିଙ୍କ ମଧ୍ୟରେ ଭଲ ଭାବେ ଆଲୋଚନା ହେଉନଥିବା ମଧ୍ୟ ଦେଖିବାକୁ ମିଳେ । ବିରାଟଙ୍କୁ ଦଳରୁ ବାଦ୍ ଦେବାକୁ ଗମ୍ଭୀର ସଦାବେଳେ ପ୍ରୟାସ କରୁଥିବା ଖବର ଭିତ ରେ ମୁହଁ ଖୋଲିଛନ୍ତି ବିସିସିଆଇ ସଚିବ ଦେବଜିତ ସାଇକିଆ ।

ଏ ଖବର ବି ପଢନ୍ତୁ:- IND-PAK ମ୍ୟାଚ୍ ଉପରେ ବଡ଼ ଅପଡେଟ୍, ICCର ଏହି ପଦକ୍ଷେପ ପରେ ନିଷ୍ପତ୍ତି ବଦଳାଇବ PCB !

ଦେବଜିତ କହିଛନ୍ତି ଯେ, ଗମ୍ଭୀର ଏବଂ କୋହଲିଙ୍କ ମଧ୍ୟରେ ବିବାଦ ଥିବା ନେଇ ଯେଉଁ ରିପୋର୍ଟ ଆସୁଛି ସେ ସବୁ ଫାଲତୁ କଥା । ଏପରି କିଛି ନାହିଁ । ସେ ନିଜେ କେବେହେଲେ ଗମ୍ଭୀର ଏବଂ କୋହଲିଙ୍କ ଝଗଡା ଦେଖି ନାହାଁନ୍ତି । ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି । ପୂର୍ବରୁ ଆଇପିଏଲରେ ସେମାନେ କୌଣସି କଥାରେ ମତଭେଦ ଦେଖାଇଥିଲେ । କିନ୍ତୁ ଅନ୍ତର୍ଜାତୀୟ ମୁକାବିଲାରେ ଆଇପିଏଲରେ କୌଣସି ପ୍ରଭାବ ପଡେନାହିଁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଗମ୍ଭୀର କୋଚ୍ ହେଲା ପରେ ଭାରତୀୟ ଦଳରେ ଅନେକ କିଛି ପରିବର୍ତ୍ତନ ହୋଇଥିଲା । ପ୍ରଥମେ ଟେଷ୍ଟ୍ କ୍ରିକେଟରୁ ରୋହିତ ଏବଂ ବିରାଟଙ୍କୁ ବିଦା କରାଯାଇଥିଲା । ଯାହାକୁ ଫ୍ୟାନ୍ସ ଗ୍ରହଣ କରିପାରିନଥିଲେ । ସେହିପରି ଦିନିକିଆ ଟିମରୁ ମଧ୍ୟ ରୋହିତ ଶର୍ମାଙ୍କ କପ୍ତାନୀ ଛଡାଇ ନିଆଯାଇଥିଲା । ଖାଲି ଏତିକି ନୁହେଁ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ରୋହିତ ଏବଂ ବିରାଟଙ୍କୁ ନେଇ ସକରାତ୍ମକ ମନ୍ତବ୍ୟ ଦେଉନଥିଲେ ।

ଏ ଖବର ବି ପଢନ୍ତୁ:- ଆମେରିକାକୁ ହରାଇ ଐତିହାସିକ ରେକର୍ଡ କଲା ଭାରତ, ଏଭଳି କରିବାରେ ପ୍ରଥମ ଟିମ୍‌

ଅନ୍ୟ ଦିଗରେ ଏବେ ବିରାଟ ନିଜ କ୍ୟାରିଅରର ସବୁଠୁ ଭଲ ଫର୍ମରେ ଅଛନ୍ତି । ଲଗାତାର ଶତକ ପରେ ଶତକ ଲଗାଉଛନ୍ତି । ଏହାସହ ୧୦ ତମ ଶତକ ଆଡକୁ ସେ ମୁହାଁଉଛନ୍ତି । ୩୭ ବିରାଟ ଏବେବି ଫିଟ୍ ଥିବା ଏବଂ ଆଗାମୀ ୨୦୨୭ ବିଶ୍ୱକପ୍ ପାଇଁ ପ୍ରମୁଖ ଦାବିଦାର ଭାବେ ନିଜକୁ ପ୍ରମାଣିତ କରୁଛନ୍ତି ।

​​​​​​​ଏ ଖବର ବି ପଢନ୍ତୁ:- ପ୍ରପୋଜ ଡେ : ପ୍ରେମ ସପ୍ତାହର ଦ୍ୱିତୀୟ ଦିନ, ମନ ପସନ୍ଦର ଲୋକଙ୍କୁ କରନ୍ତୁ ପ୍ରେମ ନିବେଦନ