ବଳଙ୍ଗା ପୀଡ଼ିତାଙ୍କ ଘର ଆଗରେ ପୋଲିସ ମୁତୟନ, ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି

Published By : Prameya-News7 Bureau | July 28, 2025 IST

କୋଣାର୍କ ୨୮।୦୭ : ବଢିଲା ସୁରକ୍ଷା । ପୀଡିତାଙ୍କ ଘରେ ପୋଲିସ ମୁତୟନ । ବଳଙ୍ଗା ପୀଡିତାଙ୍କ ଘରେ ଆଗରେ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇଲା ପୋଲିସ । ସକାଳ ୬ଟାରୁ ରାତି ୧୦ ଯାଏଁ, ପରେ ରାତି ୧୦ଟାରୁ ସକାଳ ୬ ପର୍ଯ୍ୟନ୍ତ ପଇଁତରା ଦେବେ ପୋଲିସ । 

ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ରହସ୍ୟ ଏବେ ଯାଏଁ ଉନ୍ମୋଚନ  କରିବାରେ ନାକେଦମ ହେଲାଣି ପୋଲିସ । ୧୦ ଦିନ ପରେ ବି ପୋଲିସର ହାତ ଖାଲି । ବର୍ତ୍ତମାନ ସୁଦ୍ଧା ପୀଡିତାଙ୍କ ବୟାନ ଦୁଇ ଥର ରେକର୍ଡ ହୋଇସାରିଲାଣି । ପ୍ରଥମେ ଭୁବନେଶ୍ୱର ଏମ୍ସ ଓ ୨ୟ ଥର ଦିଲ୍ଲୀ ଏମ୍ସରେ ହୋଇଛି । ଏପିରିକି ପୀଡିତା ଓ ପରିବାର ଲୋକଙ୍କ ବୟାନରେ କୌଣସି ତାଳମେଳ ନଥିବା ମଧ୍ୟ ସୂଚନା ମିଳିଛି । ଏହିକ୍ରମରେ ପୀଡ଼ିତାଙ୍କ ଆଉ ଥରେ ରେକର୍ଡ ହୋଇପାରେ । ବଳଙ୍ଗା ପୋଲିସ, ତଦନ୍ତକାରୀ ଅଧିକାରୀଙ୍କୁ ମିଶାଇ ଏକ ଟିମ୍‌ ଦିଲ୍ଲୀ ଯାଇଛନ୍ତି । ସେଠାରେ ଚିକିତ୍ସାଧୀନ ନାବାଳିକାଙ୍କ ଆଉ ଥରେ ବୟାନ ରେକର୍ଡ କରିପାରନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.