ବିନିକା ୩।୭: ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ ହାତରେ ଧରାପଡିଛି କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ । ପଡୋଶୀ ବୌଦ୍ଧ ଜିଲ୍ଲାର କଂଟାମାଳ ଅଂଚଳରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ପୋଲିସ ହାତରେ ଧରାପଡିଛି । କୌଣସି ସୂତ୍ରରୁ ଖବର ପାଇ ତରଭା ପୋଲିସ ଏକ ବୋଲେରୋ ମ୍ୟାକ୍ସ ପିକ୍ଅପ୍ ଗାଡିକୁ ପିଛା କରିଥିଲା । ତେବେ ଗାଡିଟି ତରଭା ବଡ ବନ୍ଧ ନିକଟରେ ଛାଡିଦେଇ ଗାଡି ଚାଳକ ଫେରାର ମାରିଥିଲା । ଫଳରେ ପୋଲିସ ଗାଡିଟିକୁ ଜବତ କରି ଯାଞ୍ଚ ବେଳେ ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ବାହାରିଥିଲା । ୬୦୮ ପ୍ୟାକେଟ୍ ଗଞ୍ଜେଇକୁ ଓଜନ କଲା ପରେ ତାହା ୬ କ୍ବିଣ୍ଟାଲ ୧୫ କେଜି ୨୩୦ ଗ୍ରାମ ଗଞ୍ଜେଇ ବାହାରିଥିବା ନେଇ ସମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।
ସେପଟେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଧରିଲା ଅବକାରୀ ବିଭାଗ । ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ଧରା ପଡିଯିବାରୁ ଅଭିନବ ଉପାୟରେ ଚୋରା ଚାଲାଣ କରୁଛନ୍ତି ମାଫିଆ । ସୁବର୍ଣ୍ଣପୁର ସହର ବୁଢ଼ାରଜା ଛକ ଠାରେ ଆମ୍ବୁଲାନ୍ସରେ ଗଞ୍ଜେଇ ନେଇ ଯାଉଥିବା ସମୟରେ ଅବକାରୀ ବିଭାଗ ଚଢ଼ାଉ କରିଥିଲା l ବିଶେଷ କରି ରୋଗୀ ସେବାରେ ବ୍ୟବହୃତ ଆମ୍ବୁଲାନ୍ସକୁ ଗଞ୍ଜେଇ ଚାଲାଣ ଯାନ ଭାବେ ବ୍ୟବହାର କରୁଛି । ଏଭଳି ଏକ ଆମ୍ବୁଲାନ୍ସକୁ ଜବତ କରିବା ସହ ୫୦ କେଜି ଗଞ୍ଜେଇ ଜବତ କରିଛି । ଏହାସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଅଭିଯୁକ୍ତ ମାନେ ହେଲେ ପଶ୍ଚିମବଙ୍ଗର ସଂଜିତ୍ ଶର୍ମା ଓ ବୁଦ୍ଧଦେବ ମାହତୋ । ଉଭୟଙ୍କୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ।
You Can Read:
ମହିଳା ରାଜନେତାଙ୍କ ପ୍ରତି ନୀଳଗିରି ବିଧାୟକ ଦେଇଥିବା ମନ୍ତବ୍ୟକୁ ନିନ୍ଦା କଲେ ଲେଖାଶ୍ରୀ ସାମନ୍ତସିଂହାର