ଗୋଳନ୍ଥରା ଥାନା ଅଞ୍ଚଳରେ ୨ ନାବାଳିକାଙ୍କୁ ଦୁଷ୍କର୍ମ : ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | June 07, 2025 IST

ବ୍ରହ୍ମପୁର ୭ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ୪ ଜଣଙ୍କୁ ଗିରଫ କଲା ପୋଲିସ । ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ପରେ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଥିଲା । ଘଟଣାରେ ୪ ଜଣ ଯୁବକ ସମ୍ପୃକ୍ତ ଥିବା ତଦନ୍ତରୁ ଜଣାପଡ଼ିଛି । ପରିବାର ଲୋକ ଜାଣିବା ପରେ ଥାନାରେ ଅଭିଯୋଗ ହୋଇଥିଲା । ବିଭିନ୍ନ ସ୍ଥାନରେ ଦୁଷ୍କର୍ମ ହୋଇଥିବା ଜଣାପଡିଛି । ଗତ ୩ ତାରିଖର ଘଟଣା ବୋଲି ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି କହିଛନ୍ତି । ପୋକ୍ସୋ ଆଇନ ଏବଂ ବିଏନଏସ ୭୨ରେ ମାମଲା ରୁଜୁ ହୋଇଥିବା ଏସ୍‌ପି କହିଛନ୍ତି । ଦୁଷ୍କର୍ମକାରୀ ଜଣେ ନାବାଳିକାଙ୍କ ଭଲ ବନ୍ଧୁ ଥିଲା । 

You Can Read:

ରାଇଘର ଚାଷୀଙ୍କ ଆନ୍ଦୋଳରେ ବିଜେଡି ନେତା, ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କ ବକେୟା ଟଙ୍କା ଦେବାକୁ ଦାବି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.