ଅଧିକ ଲାଭ ଲୋଭରେ ଠକେଇର ଶିକାର, ୬ ସାଇବର ଠକଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | May 04, 2025 IST

କଟକ ୪: ସ୍ୱଳ୍ପ ନିବେଶରେ ଅଧିକ ଲାଭ ଲୋଭରେ ସାଇବର ଠକେଇ । ଜଣେ ଏଲଆଇସି ଅଧିକାରୀଙ୍କୁ ସାଇବର ଠକ ମାନେ ଠକେଇ କରିବା ଅଭିଯୋଗରେ କଟକ ସାଇବର ଥାନା ପୋଲିସ । ୬ ଜଣ ସାଇବର ଠକଙ୍କୁ ଗିରଫ କରିଛି । ଠକଙ୍କ ଠାରୁ ନଗଦ ୪ ଲକ୍ଷ ଟଙ୍କା ନଗଦ ଜବତ ହୋଇଥିବା ବେଳେ ୭ ଲକ୍ଷ ଟଙ୍କାର ଫ୍ରିଜ୍ ଜବତ କରାଯାଇଛି । ସମସ୍ତ ଠକଙ୍କ ଘର ବଲାଙ୍ଗୀର ପାଟଣାଗଡ ଅଞ୍ଚଳରେ ବୋଲି ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି କହିଛନ୍ତି । ଠକଙ୍କ ଠାରୁ ମୋବାଇଲ ଓ ବିଭିନ୍ନ ବ୍ୟାଙ୍କର ୧୬ଟି ପାସ୍‌ ବୁକ୍ ଓ ଚେକ୍ ବୁକ୍ ସହ ୧୬ଟି ଏଟିଏମ ଜବତ କରାଯାଇଛି । 

ଜଣେ ଏଲ୍ଆଇସି ଅଧିକାରୀଙ୍କ ଠାରୁ ଅନଲାଇନ ଟ୍ରେଡିଂରେ ଏହି ସାଇବର ଠକ ଏକ ଆପ୍ ଜରିଆରେ ବିଭିନ୍ନ ସମୟରେ ୮୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ କରିଥିଲେ । ଏନେଇ ଗତ ଏପ୍ରିଲ୍ ୨୪ ତାରିଖରେ ସାଇବର ଥାନାରେ ଏତଲା ଦେଇଥିଲେ । ସାଇବର ଠକ ମାନେ ୮ ଫେବୃଆରୀରୁ ୧୨ ଏପ୍ରିଲ୍ ମଧ୍ୟରେ ଠକେଇ କରୁଥିବା ନେଇ ଅଭିଯୋଗ କରିଥିଲେ । କଟକ ସାଇବର ଥାନା ପୋଲିସ ମାମଲା ରୁଜୁ କରି ବିଭିନ୍ନ ପ୍ରକାର ତଦନ୍ତ କରି ବଲାଙ୍ଗିରରୁ ଏହି ଠକଙ୍କୁ ଗିରଫ କରାଯାଇଛି । 

ତେବେ ଲୋଭର ଶିକାର ହୋଇ ମୋବାଇଲକୁ ବିଭିନ୍ନ ସମୟରେ ଆସୁଥିବା ମେସେଜ ବା ଆପ୍‌ରେ ଆସୁଥିବା ବିଭିନ୍ନ ମେସେଜକୁ କ୍ଲିକ୍ ନକରନ୍ତୁ । କାରଣ ଏଭଳି ସାଇବର ଠକ ମାନେ ଲୁଟ୍ କରୁଛନ୍ତି ତେଣୁ ସମସ୍ତେ ସତର୍କ ରହିବାକୁ ଅପିଲ କରିଛନ୍ତି କଟକ ଡିସିପି । ତେବେ ଏହି ଘଟଣାର ଚେର ଆଉ କେଉଁଠିକି ଲମ୍ବିଛି ସେ ନେଇ ଅଧିକ ତଦନ୍ତ ଚାଲିଥିବା କଟକ ଡିସିପି ଋଷିକେଶ ଖିଲାରି କହିଛନ୍ତି ।

You Can Read:

୩ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ବାନ୍ଧିଲା ପୋଲିସ, ଖୋର୍ଦ୍ଧାରୁ ଧଳାଜହର ଆଣି ପାରାଦୀପରେ ଚାଲାଣ କରୁଥିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.