ରାଜଧାନୀରେ ପୁଲିସ-ଲୁଟେରା ଧସ୍ତାଧସ୍ତି, ବହୁ କଷ୍ଟରେ ଲୁଟେରାଙ୍କୁ କାବୁ କରିଲା ପୋଲିସ

Published By : Prameya-News7 Bureau | May 22, 2025 IST

ଭୁବନେଶ୍ୱର ୨୨।୦୫: ଭୁବନେଶ୍ୱରରେ ପୁଲିସ-ଲୁଟେରା ଧସ୍ତାଧସ୍ତି। ଦୁଇ ଲୁଟେରାଙ୍କୁ କାବୁ କରିବାରେ ନୟାନ୍ତ ହେଲା ପୁଲିସ । ପିଛା କରି ମାଡ଼ି ବସିବା ବେଳେ ଲୁଟେରାଙ୍କ ସହ ପୁଲିସର ଧସ୍ତାଧସ୍ତି। ଶେଷରେ ବହୁ କଷ୍ଟରେ ଜଣେ ଲୁଟେରାକୁ କାବୁ କରିବା ସହ ଯାତ୍ରୀଙ୍କ ଚୋରି ହୋଇଥିବା ମୋବାଇଲ ଫେରାଇଛି ସହିଦନଗର ଥାନା ପୋଲିସ।

ଖବର ଅନୁଯାୟୀ, ମଙ୍ଗଳବାର ରାତି ୯ଟା ସମୟରେ ଜୟଦେବ ବିହାର ଛକରେ ଶ୍ରୀଧର ମୁଦୁଲି ଓ ତାଙ୍କ ସ୍ତ୍ରୀ ବସ୍‌ରୁ ଓହ୍ଲାଉଥିଲେ । ଏହି ସମୟରେ ଦୁଇ ଲୁଟେରା ଆସି ଶ୍ରୀଧରଙ୍କ ସ୍ତ୍ରୀ ଠାରୁ ଝାମ୍ପି ନେଇଥିଲେ ମୋବାଇଲ୍‌ । ଏହାପରେ ଶ୍ରୀଧର ତୁରନ୍ତ ୧୧୨ କଣ୍ଟ୍ରୋଲ ରୁମ୍‌କୁ ଖବର ଦେବା ପରେ ପିସିଆଇ ଆସି ଦମ୍ପତ୍ତିଙ୍କୁ ସହିଦନଗର ଥାନାକୁ ନେଇଥିଲେ । ଶ୍ରୀଧର ଅଭିଯୋଗ ଲେଖିବା ବେଳେ ତାଙ୍କ ମୋବାଇଲ୍‌କୁ ତାଙ୍କ ସ୍ତ୍ରୀଙ୍କ ନମ୍ବରରୁ ଲୁଟେରାମାନେ କଲ୍‌ ମୋବାଇଲ୍‌ ଫେରାଇବା ପାଇଁ ୧୫୦୦ ଟଙ୍କା ମାଗିଥିଲେ । ସେହି ସମୟରେ ପୋଲିସ ମୋବାଇଲ୍‌ ଲୋକେସନ ଟ୍ରେସ୍‌ କରି ଲୁଟେରାଙ୍କ ପାଖରେ ପହଞ୍ଚିଥିଲା । ହେଲେ ସେମାନଙ୍କୁ କାବୁ କରିବା ସମୟରେ ଆରମ୍ଭ ହେଲା ଧସ୍ତାଧସ୍ତି । ଯାହାର ସୁଯୋଗ ଦେଖି ଜଣେ ଲୁଟେରା ଫେରାର ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଥାନାକୁ ଆଣି ଜେରା କରୁଛି ପୋଲିସ । ସେପଟେ ଜବତ ମୋବାଇଲ୍‌ ଦମ୍ପତିଙ୍କୁ ଫେରାଇବା ସହ ଉଭୟ  ପୋଲିସ କର୍ମୀ ଓ ଦମ୍ପତିଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.