ମାଆ ହେବା ପରେ ବଲିଉଡ୍‌ ଛାଡିଲେ ଆଥିଆ, ସୁନୀଲ ସେଟ୍ଟୀ ଦେଲେ ଫ୍ୟାନ୍ସଙ୍କୁ ଝଟକା

Published By : Prameya-News7 Bureau | May 23, 2025 IST

ମୁମ୍ଵାଇ ୨୩।୦୫; ବଲିଉଡ ଅଭିନେତ୍ରୀ ଆଥିଆ ସେଟ୍ଟୀ। ବର୍ତ୍ତମାନ ସେ ବଲିଉଡକୁ ଅଲବିଦା କହିଛନ୍ତି। ଏନେଇ କନଫର୍ମ କରିଛନ୍ତି ଆଥିଆଙ୍କ ବାପା ସୁନୀଲ ସେଟ୍ଟୀ। ନିକଟରେ ସୁନୀଲ କେଶରୀ ବୀର ଫିଲ୍ମର ପ୍ରମୋଶନରେ ଥିଲେ। ସେହିଠାରେ ହିଁ ଫ୍ୟାନମାନଙ୍କୁ କହିଥିଲେ ଯେ, ମୋ ଝିଅ ଆଥିଆ ଆଉ ଫିଲ୍ମ କରିବାକୁ ଚାହୁଁନି। 

ନିକଟରେ ଆଥିଆ ମୋତ ଆସି କହିଥିଲା ଯେ, ବାବା ମୁଁ ଆଉ ମୁଭି କରିବାକୁ ଚାହୁଁନି। ଆଉ ମୋ ଝିଅର ସାହାସକୁ ମୁଁ ସଲାମ କରୁଛି। ଯାହା ହେଉ ସେ ମୋତେ ମୁହଁ ଖୋଲି କହିଲା କି ମୁଁ ବଲିଉଡରେ କାମ କରିବାକୁ ଆଦୌ ପସନ୍ଦ କରେନି। ମୋତିଚୁର ଚକନାଚୁର ମୁଭି ପରେ ମୋ ଝିଅକୁ ବହୁତ ସାରା ଫିଲ୍ମର ଅଫର ମିଳିଥିଲା। କିନ୍ତୁ ସିଧା ସବୁ ଅଫରକୁ ମନା କରିଦେଇଥିଲେ। ମୁଁ ଫିଲ୍ମ କରିବାକୁ କମଫର୍ଟେବଲ ଅନୁଭବ କରୁନି। କିଛି ଦିନ ପୂର୍ବରୁ ଆଥିଆ ଏବଂ କେ.ଏଲ ରାହୁଲ ପିତାମାତା ହୋଇଛନ୍ତି। ଆଥିଆ ଏବେ ସବୁ ସମୟ ତା’ଝିଅକୁ ଦେବାକୁ ଚାହୁଁଛନ୍ତି। ଆଥିଆ ଏବେ ସବୁଠୁ ବେଷ୍ଟ ଫିଲ୍ମରେ କାମ କରୁଛନ୍ତି। ଆଉ ତାହା ହେଉଛି ଜଣେ ମା'ର କର୍ତ୍ତବ୍ୟ କରିବା। ମୋର ମୋ ଝିଅ ଉପରେ ମୋର ଦୃଢ଼ ବିଶ୍ବାସ ରହିଛି।

ପ୍ରକାଶ ଥାଉ କି, ୨୦୧୫ ମସିହାରେ ଆଥିଆ `ହିରୋ' ମୁଭିରେ ସୁରଜ ପାଞ୍ଚୋଲିଙ୍କ ସହ ଡେବ୍ୟୁ କରିଥିଲେ। ଏହାପରେ ଲୋ ମୁବାରକାଁ, ନବାବଜାଦେ, ମୋତିଚୁର ଚକନାଚୁର ମୁଭିରେ ନଜର ଆସିଥିଲେ। ଆଥିଆ ସେଟ୍ଟୀ ବଲିଉଡ ଇଣ୍ଡଷ୍ଟ୍ରୀରେ ଖୁବ କମ ମୁଭିରେ କାମ କରୁଥିବାର ନଜର ଆସିଥିଲା। କିନ୍ତୁ ଏହାପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରୀରେ କୌଣସି ଅଂଶ ହେବାକୁ ଚାହୁଁନାହାନ୍ତି କହି ବଲିଉଡକୁ ବାଏ ବାଏ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.