'କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ, କେନ୍ଦ୍ର ଓ ରାଜ୍ୟ ମିଶି ଟିମ୍ ଇଣ୍ଡିଆ ପରି କାମ କରନ୍ତୁ', ନୀତି ଆୟୋଗ ବୈଠକରେ କହିଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | May 24, 2025 IST

ନୂଆଦିଲ୍ଲୀ: କେନ୍ଦ୍ର ଓ ରାଜ୍ୟ ସରକାର ମିଶି ଟିମ୍ ଇଣ୍ଡିଆ ପରି କାମ କଲେ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ । ନୂଆଦିଲ୍ଲୀରେ ନୀତି ଆୟୋଗର ୧୦ମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି । ପିଏମ୍ ମୋଦୀ ବୈଠକରେ କହିଛନ୍ତି, 'ଆମକୁ ବିକାଶର ଗତିକୁ ବଢାଇବାକୁ ପଡ଼ିବ । ଯଦି କେନ୍ଦ୍ର ଓ ସବୁ ରାଜ୍ୟ ମିଶି ଟିମ୍ ଇଣ୍ଡିଆ ପରି କାମ କଲେ କୌଣସି ବି ଲକ୍ଷ୍ୟ ଅସମ୍ଭବ ନୁହେଁ ।'

ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକର ବିଷୟ ୨୦୪୭ରେ ବିକଶିତ ଭାରତ ପାଇଁ ବିକଶିତ ରାଜ୍ୟ ରଖାଯାଇଛି । ପିଏମ୍ ମୋଦୀ କହିଛନ୍ତି, 'ବିକଶିତ ଭାରତ ପ୍ରତ୍ୟେକ ଭାରତୀୟଙ୍କ ଲକ୍ଷ୍ୟ । ଯେତେବେଳେ ପ୍ରତ୍ୟେକ ରାଜ୍ୟ ବିକଶିତ ହେବ, ସେତେବେଳେ ଭାରତ ବିକଶିତ ହେବ । ଏହା ଏହାର ୧୪୦ କୋଟି ନାଗରିକଙ୍କ ଆକାଂକ୍ଷା ।' ସେ ଏହା ବି କହିଛନ୍ତି ଯେ ରାଜ୍ୟଗୁଡ଼ିକ ନିଜର ଏଠାରେ ସମସ୍ତ ସୁବିଧା ଓ ଭିତ୍ତିଭୂମି ସହ ଅନ୍ତତଃ ଗୋଟିଏ ବିଶ୍ୱ ସ୍ତରୀୟ ପର୍ଯ୍ୟଟନ୍ତ ସ୍ଥଳ ବିକଶିତ କରିବା ଦରକାର । 'ଏକ ରାଜ୍ୟ: ଏକ ବୈଶ୍ୱିକ ଗନ୍ତବ୍ୟ' ଲକ୍ଷ୍ୟକୁ ନେଇ ଆଗକୁ ବଢିବାକୁ ହେବ । ଏହାଦ୍ୱାରା ପର୍ଯ୍ୟଟନ ଗନ୍ତବ୍ୟ ରୂପେ ଆଖପାଖ ସହରକୁ ବିକଶିତ କରିବା ରାସ୍ତା ପ୍ରଶସ୍ତ ହୋଇଯିବ । 

ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, 'ଭାରତରେ ଦ୍ରୁତ ସହରୀକରଣ ହେଉଛି । ଆମକୁ ଭବିଷ୍ୟତର ସହର ଗଠନ ଦିଗରେ କାମ କରିବାକୁ ପଡ଼ିବ । ବିକାଶ, ଇନୋଭେସନ ଓ ସ୍ଥିରତା ଆମ ସହରର ବିକାଶର ଇଞ୍ଜିନ ହେବା ଦରକାର ।' ଆଜିର ଏହି ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ପ୍ରଦେଶର ଉପରାଜ୍ୟପାଳ ଓ ଅନେକ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.