ଥାନାରୁ ଏତଲା ଦେଇ ଘରକୁ ଫେରୁଥିଲା ପୁଅ, ଛୁରୀ ଭୁସିଦେଲା ବାପା

NEWS7
pm-modi-to-visit-france-in-february-announces-macron

କାମାକ୍ଷାନଗର ୮।୨: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ବାପାର ଛୁରାମାଡ଼ରେ ପୁଅର ମୃତ୍ୟୁ ହୋଇଛି । ମୃତକ କମ୍ପୁଲେଇ ଗ୍ରାମର କ୍ଷୀରୋଦ ସାହୁ । ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ରକରି ନିଜ ପୁଅକୁ ଛୁରା ମାଡ଼ କରିଛି ଅଭିଯୁକ୍ତ ବାପା ବିଭୂତି ସାହୁ ।

ଏ ଖବର ବି ପଢ଼ନ୍ତୁ:- ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସଠିକ୍‌ ଭାବେ ଚାଲିଛି, ଯିଏ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହନ୍ତି

ସୂଚନାଯୋଗ୍ୟ ଯେ, ମୃତ କ୍ଷୀରୋଦ ସାହୁ କଙ୍କଡ଼ାହାଡ଼ ଥାନାରେ ବାପାଙ୍କ ନାମରେ FIR ଦେଇ ଘରକୁ ଫେରିବା ପରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ବାପା ବିଭୂତି ସାହୁ ଏକ ଛୁରୀରେ ପୁଅ କ୍ଷୀରୋଦକୁ ଭୁସି ଦେଇଥିଲା । ଘଟଣାସ୍ଥଳରେ ହିଁ କ୍ଷୀରୋଦଙ୍କର ମୃତ୍ୟୁ ହୋଇଛି । ଅଭିଯୁକ୍ତ ବାପା ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ମାରିଛି ।

ସେପଟେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କ୍ଷୀରୋଦଙ୍କ ମାଆ ଓ ଭଉଣୀ ଦାବି କରିଛନ୍ତି । ଘଟଣାସ୍ଥଳରେ କଙ୍କଡାହାଡ ପୋଲିସ ତଦନ୍ତ ଚଳାଇଛି ।