ଗର୍ଲଫ୍ରେଣ୍ଡ ମାହିକାଙ୍କ ଜନ୍ମଦିନରେ ଗ୍ରାଣ୍ଡ୍ ସେଲିବ୍ରେସନ୍ କଲେ ହାର୍ଦ୍ଦିକ, ଦେଲେ ୨୫ଟି ଗିପ୍ଟ

NEWS7
pm-modi-to-vertiual-connect-with-all-cm-from-shimla

ନୂଆଦିଲ୍ଲୀ ୨୦।୦୨; ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। ବର୍ତ୍ତମାନ ତାଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ଉଭୟ ପାଇଁ ଖବରରେ ଅଛନ୍ତି। ସେ ବର୍ତ୍ତମାନ ତାଙ୍କ ପ୍ରେମିକା ମାହିକା ଶର୍ମାଙ୍କୁ ଡେଟ୍ କରୁଛନ୍ତି। ଫେବୃଆରୀ ୧୯ ତାରିଖରେ ହାର୍ଦ୍ଦିକ ତାଙ୍କ ପ୍ରେମିକା ମାହିକା ଶର୍ମାଙ୍କ ଜନ୍ମଦିନ ପାଳନ କରିଥିଲେ। ମାହିକାଙ୍କ ୨୫ତମ ଜନ୍ମଦିନରେ, ହାର୍ଦ୍ଦିକ ଏକ ସ୍ୱତନ୍ତ୍ର ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ତାଙ୍କ ସହିତ ବହୁତ ଖୁସି ଥିବାର ଦେଖାଯାଉଛି।

ହାର୍ଦ୍ଦିକ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଥିଲେ

ମାହିକା ଶର୍ମାଙ୍କ ଜନ୍ମଦିନ ପାଇଁ ହାର୍ଦ୍ଦିକ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଭିଡିଓରେ, ମାହିକା ଏବଂ ହାର୍ଦ୍ଦିକ ଏକାଠି ହସୁଛନ୍ତି, ତା'ପରେ ଆଲିଙ୍ଗନ କରୁଛନ୍ତି, ତା'ପରେ ହାତ ଧରି ଏକାଠି ବସିଥିବାର ଦେଖାଯାଉଛି। ବ୍ୟାକଗ୍ରାଉଣ୍ଡରେ ବାଣଫୁଟୁଥିବାର ଦେଖିବାକୁ ମିଳିଛି ସହିତ। ଏହି ଭିଡିଓ ସେୟାର କରି ହାର୍ଦ୍ଦିକ କ୍ୟାପସନରେ ଲେଖିଛନ୍ତି, "ଜନ୍ମଦିନର ଶୁଭେଚ୍ଛା ମୋର ରାଜକୁମାରୀ। ୨୫ ବର୍ଷ ପୂର୍ବେ ଏହି ଦୁନିଆରେ ଆସିବା ପାଇଁ ଧନ୍ୟବାଦ। ତୁମେ ଜଣେ ଆଶ୍ଚର୍ଯ୍ୟଜନକ ବ୍ୟକ୍ତି। ଆଇ ଲଭ ୟୁ...। ତାଙ୍କ ପ୍ରେମିକା ମାହିକା ହାର୍ଦ୍ଦିକଙ୍କ ପୋଷ୍ଟରେ କମେଣ୍ଟ କରି ଲେଖିଛନ୍ତି, "ତୁମେ ଏହି ବର୍ଷର ସବୁଠାରୁ ବେଷ୍ଟ ଗିଫ୍ଟ।"

ରେଜେଷ୍ଟ୍ରି ମ୍ୟାରେଜ କରିବେ କ୍ରିତିକା-ଗୌରବ, ଜାଣନ୍ତୁ ୱେଡିଂ ଡେ'ଟ୍‌ରୁ ଆରମ୍ଭ କରି ରିସେପ୍ସନର ସମସ୍ତ ଡିଟେଲ୍ସ ବିଷୟରେ...

ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମିକା ମାହିକା ଶର୍ମାଙ୍କ ୨୫ତମ ଜନ୍ମଦିନକୁ ସ୍ୱତନ୍ତ୍ର କରିଥିଲେ। ସେ ତାଙ୍କୁ ୨୫ଟି ସରପ୍ରାଇଜ ମଧ୍ୟ ଦେଇଥିଲେ, ଯେଉଁଥିରେ ଲାଲ ଏବଂ ଗୋଲାପୀ ଗୋଲାପର ଗୁଚ୍ଛ ଏବଂ ବିଳାସପୂର୍ଣ୍ଣ ଉପହାର ଅନ୍ତର୍ଭୁକ୍ତ ଥିଲା। ମାହିକା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହାର ଝଲକ ସେୟାର କରି ହାର୍ଦ୍ଦିକଙ୍କୁ ଧନ୍ୟବାଦ ଜଣାଇ ଲେଖିଛନ୍ତି ଯେ ସେ ଜନ୍ମଦିନର ପ୍ରତ୍ୟେକ ସରପ୍ରାଇଜ୍ର ଭଲ ସେ ମଜା ନେଉଛନ୍ତି।

କହିବାକୁ ଗଲେ ହାର୍ଦ୍ଦିକ ୨୦୨୦ ମସିହାରେ ସର୍ବିଆନ୍ ମଡେଲ ନତାଶା ଷ୍ଟାନକୋଭିକଙ୍କୁ ବିବାହ କରିଥିଲେ। ସେମାନଙ୍କର ଏକ ପୁଅ ଅଗସ୍ତ୍ୟ ଅଛି, କିନ୍ତୁ ଚାରି ବର୍ଷ ପରେ ୨୦୨୪ ମସିହାରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଗଲା। ତାଙ୍କ ବିବାହ ବିଚ୍ଛେଦ ପରେ, ହାର୍ଦ୍ଦିକ ୨୦୨୫ରେ ମାହିକାଙ୍କ ସହ ତାଙ୍କ ସମ୍ପର୍କକୁ ନିଶ୍ଚିତ କରିଥିଲେ। ମାହିକା ୨୦୨୬ ଟି-୨୦ ବିଶ୍ୱକପ୍ ସମୟରେ ହାର୍ଦ୍ଦିକଙ୍କୁ ଚିଅର-ଅପ କରିବା ପାଇଁ ଷ୍ଟାଡିୟମରେ ଯୋଗ ଦେଉଛନ୍ତି। ସେମାନଙ୍କୁ ଅନେକ ଥର ଛୁଟିରେ ଏକାଠି ଦେଖାଯାଇଛି।

ଅଧିକ ପଢନ୍ତୁ- ଜେଲ୍‌ରୁ ବାହାରିବା ପରେ ବି କମିନି ଜୋସ୍, ଝିଆରୀ ବିବାହରେ କଲେ ଧମାକାଦାର ଡ୍ୟାନ୍ସ