ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ ଦିନରେ ୫ଟି ଦେଶ ଯାତ୍ରା କରିବେ। ଏଥିରୁ ୩ ଓ ୪ ଜୁଲାଇ ପାଇଁ ସେ ତ୍ରିନିଦାଦ ଓ ଟୋବେଗୋର ଐତିହାସିକ ଯାତ୍ରାରେ ପ୍ରସ୍ଥାନ କରିବେ। ଏହା କୌଣସି ବି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ୧୯୯୯ ପରେ ପ୍ରଥମ ଦ୍ୱିପାକ୍ଷୀୟ ଯାତ୍ରା ହେବ। ନିଜେ ପିଏମ୍ ମୋଦିଙ୍କ ଏହି ଦେଶରେ ଏହା ପ୍ରଥମ ଅଫିସିଆଲି ଯାତ୍ରା ହେବ। ପିଏମ୍ ମୋଦିଙ୍କ ଏହି କ୍ୟାରିବିୟାନ ଦେଶର ଗସ୍ତ ଏଥିପାଇଁ ମଧ୍ୟ ଅନେକ ଅର୍ଥରେ ପ୍ରମୁଖ , କାରଣ ୧୮୦ ବର୍ଷ ପୂର୍ବେ ଭାରତୀୟ ସାମୁଦ୍ରିକ ରାସ୍ତାରେ ପ୍ରଥମ ଥର ଏହି ମାଟିରେ ପାଦ ରଖି ଥିଲେ। ପିଏମ୍ ମୋଦିଙ୍କ ଗସ୍ତକୁ ନେଇ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଖୁବ୍ ଉତ୍ସାହ ରହିଛି।
ବିଦେଶ ମନ୍ତ୍ରଣାଳୟର ସଚିବ ନିନା ମାଲହୋତ୍ରା ସୋମବାର ମିଡ଼ିଆ ବ୍ରିଫିଂରେ କହିଛନ୍ତି ଯେ, ଏହି ଗସ୍ତ ବେଳେ ପିଏମ୍ ମୋଦି ତ୍ରିନିଦାଦ ଓ ଟୋବେଗୋର ରାଷ୍ଟ୍ରପତି କ୍ରିଷ୍ଟିନ କାର୍ଲା କାଙ୍ଗାଲୁ ଓ ପ୍ରଧାନମନ୍ତ୍ରୀ କମଲା ପର୍ସାଦ-ବିସେସରଙ୍କୁ ସାକ୍ଷାତ୍ କରିବେ। ସେ ଦେଶର ସଂସଦର ମିଳିତ ଅଧିବେଶନକୁ ମଧ୍ୟ ସମ୍ୱୋଧିତ କରିବେ। ଏହି ଐତିହାସିକ ଯାତ୍ରା ବେଳେ ଭାରତୀୟ ସଂପ୍ରଦାୟ ସହ ସମ୍ୱାଦର ମଧ୍ୟ ଆୟୋଜନ ହେବ। ଏହି ଦେଶର ମୋଟ ଜନସଂଖ୍ୟାର ପାଖାପାଖି ୪୫ ପ୍ରତିଶତ ଭାଗ ଭାରତୀୟଙ୍କର।
ପାଖାପାଖି ୧୮୦ବର୍ଷ ପୂର୍ବେ ୩୦ମେ ୧୮୪୫ରେ ଭାରତରୁ ପ୍ରସ୍ଥାନ କରିଥିବା ‘ ଫତେହ-ଅଲ-ରଜାକ୍’ ନାମକ ଜାହାଜ ତ୍ରିନିଦାଦ ଓ ଟୋବେଗୋର ସମୁଦ୍ର କୂଳରେ ୨୨୫ ଭାରତୀୟ ଅନୁବନ୍ଧିତ ଶ୍ରମିକଙ୍କୁ ଓହ୍ଲାଇ ଥିଲା। ଭାରତୀୟଙ୍କ ଏହି ଦେଶରେ ଏହା ପ୍ରଥମ ଗସ୍ତ ଥିଲା। ଏହି ଲୋକେ ଅନୁବନ୍ଧିତ ଶ୍ରମିକଭାବେ ବ୍ରିଟିଶ୍ ଉପନିବେଶରେ କାମ କରିବାକୁ ପଠାଯାଇ ଥିଲା। ସେତେବେଳେ ବୋଧହୁଏ କେହି ଭାବି ନଥିଲେ ଯେ, ଦିନେ ଭାରତର ପ୍ରଧାନମନ୍ତ୍ରୀ ସେହି ମାଟିରେ ସରକାରୀ ଯାତ୍ରା ଅବସରରେ ପହଞ୍ଚିବେ।
ବ୍ରିଟିଶ ଶାସନ ସମୟରେ, କାରବିୟାନରେ ଚିନି ଓ ଆଖୁ ଚାଷ ପାଇଁ ଶସ୍ତା ଶ୍ରମିକ ଯୋଗାଇବା ପାଇଁ ଭାରତରୁ ଶ୍ରମିକଙ୍କୁ ଆମଦାନୀ କରାଯାଇ ଥିଲା। ଫତେହ-ଅଲ-ରଜାକରୁ ତ୍ରିନିଦାଦରେ ଆସିଥିବା ଅଧିକାଂଶ ପ୍ରଥମ ଭାରତୀୟ ଉତ୍ତର ପ୍ରଦେଶ, ବିହାର ଓ ଝାଡ଼ଖଣ୍ଡର ଗ୍ରାମାଞ୍ଚଳରୁ ଆସି ଥିଲେ।
ପିଏମ୍ ମୋଦିଙ୍କ ଏହି ଯାତ୍ରା ଏଥିପାଇଁ ମଧ୍ୟ ସ୍ୱତନ୍ତ୍ର, କାରଣ କ୍ୟାରିବିୟାନ ଦେଶରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଉଭୟ ଭାରତ ବଂଶଜ ମହିଳା, ସେମାନେ ନିଜକୁ ଭାରତର ଝିଅ ବୋଲି କୁହନ୍ତି। ବିଦେଶ ମନ୍ତ୍ରଣାଳୟ କହିଛି ଯେ, ଦୁଇ ନେତା କେବଳ ଭାରତର ଐତିହ୍ୟ ସହ ଜଡ଼ିତ ନୁହଁନ୍ତି, ବରଂ ଭାରତ ସହ କୂଟନୈତିକ ଓ ବିକାଶମୂଳକ ସହଯୋଗକୁ ଏକ ନୂତନ ଦିଗ ଦେବାକୁ ମଧ୍ୟ ଆଗ୍ରହୀ।
ପିଏମ୍ ମୋଦିଙ୍କ ବେଳେ ଉଭୟ ଦେଶ ମଧ୍ୟରେ ଡିଜିଟାଲ ପବ୍ଲିକ୍ ଇନଫ୍ରାଷ୍ଟ୍ରକଚର, ଫାର୍ମା , ଅକ୍ଷୟ ଶକ୍ତି , କୃଷି , ସ୍ୱାସ୍ଥ୍ୟ ଓ ବିପର୍ଯ୍ୟୟ ପରିଚାଳନା ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ଚର୍ଚ୍ଚା ହେବ। ଏହା ବ୍ୟତୀତ , ଖେଳ , ଶିକ୍ଷା ଓ ସାଂସ୍କୃତିକ ସମ୍ୱନ୍ଧ ମଧ୍ୟ ଏଜେଣ୍ଡାରେ ସାମିଲ ଅଛି। ବିଦେଶ ମନ୍ତ୍ରଣାଳୟ କହିଛି- ଦୁଇ ଦେଶ ଏକ ବିସ୍ତୃତ ସହଯୋଗ ଚୁକ୍ତିରେ ସ୍ୱାକ୍ଷର କରିବେ।