ପୁଟିନ ଓ ଜିନପିଙ୍ଗ ସହ ସମସ୍ୟା ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ: ଅଗଷ୍ଟ ୩୧ରେ ବୈଠକ

Published By : Prameya-News7 Bureau | August 28, 2025 IST

indiatoday

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ରହିଥିବା ସୀମା ବିବାଦକୁ ନେଇ ସମାଧାନ ହେବା ଉଙ୍କି ମାରିଲାଣି। ଏନେଇ ଭରତ ଖୁବ୍‌ଶୀଘ୍ର ଚୀନ ସହିତ ଆଲୋଚନା କରିପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଚୀନ ଗସ୍ତ କରିବେ। ସେଠାରେ ତାଙ୍କର ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସହ ସମସ୍ୟା ନେଇ ଆଲୋଚନା ହୋଇପାରେ। 

ତିଆନଜିନ୍‌ରେ ଅଗଷ୍ଟ ୩୧ ତାରିଖରେ ମୋଜୀ ଜିନପିଙ୍ଗଙ୍କ ସହ ଆଲୋଚନା ହେବାର ଥିବା ବେଳେ ସେପ୍ଟେମ୍ବର ୧ ତାରିଖରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଜିନପିଙ୍ଗର ଦ୍ୱିପାକ୍ଷିକ ବୈଠକ ହେବ। ବିଶ୍ୱର ୩ ମହାଶକ୍ତିଙ୍କର ଏହି ଆଲୋଚନା ଉପରେ ସମସ୍ତଙ୍କର ନଜର ରହିଛି। ବିଶେଷକରି ପଶ୍ଚିମ ଦେଶଗୁଡ଼ିକର ନଜର ରହିଛି।

ବର୍ତ୍ତମାନର ଅନର୍ଜାତୀୟ ରାଜନୀତିରେ ବଡ଼ ପରିବର୍ତ୍ତନ ହୋଇଛି। ଟ୍ରମ୍ପଙ୍କର ଟାରିଫ ଯୋଗୁ ଭାରତ ଓ ଆମେରିକାର ବାଣିଜ୍ୟ ସମ୍ପର୍କ ଖରାପ ହୋଇଯାଇଛି। ଆମେରିକା ଚାପ ସତ୍ତ୍ୱେ ଭାରତ ଋଷ ଠାରେ ଶସ୍ତାରେ ତେଲ କିଣିବା ଜାରି ରଖିଛି। ଏପରି ସ୍ଥଳେ ଭାରତ, ଚୀନ ଓ ଋଷର ଏକାଠି ହେବା ଆମେରିକା ପାଇଁ ଚିନ୍ତାର କାରଣ ହେଇପାରେ। 
ଗତକାଲିଠାରୁ ୱାଶିଂଟନ୍ ଭାରତ ଉପରେ ଆଉ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଫଳରେ ଇସ୍ପାତ, କପଡ଼ା ଏବଂ କୃଷି ଉତ୍ପାଦ ସମେତ ଏକାଧିକ ଭାରତୀୟ ରପ୍ତାନି ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ ହୋଇଛି। ତେବେ କିଛି କ୍ଷେତ୍ରରେ ୫୦ ପ୍ରତିଶତରୁ ଅଧିକ ଶୁଳ୍କ ଲାଗୁ ହୋଇଥିବା ବେଳେ ଆଉ କିଛି କ୍ଷେତ୍ରରେ ଟ୍ୟାକ୍ସ କମ ରହିଛି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.