ବାଲିଯାତ୍ରା ୨୦୨୫
LIVE TV

ଥରିବ ବିଶ୍ୱ : ଋଷ ପ୍ରସ୍ତୁତ, କେତେବେଳେ ବି ହୋଇପାରେ ନ୍ୟୁକ୍ଲିୟର ଟେଷ୍ଟ୍

NEWS7
pm-modi-sends-letter-to-two-sisters-of-berhampur

ମସ୍କୋ, ୦୯|୧୧  :  ଥରିବ ସାରା ବିଶ୍ବ । ସାରା ଦୁନିଆ ହେବ ସ୍ତବ୍ଧ । କାରଣ ଆଣବିକ ପରୀକ୍ଷଣ କରିବାକୁ ଯାଉଛି ଋଷିଆ । କେବଳ ତାରିଖ ଘୋଷଣାକୁ ଅପେକ୍ଷା । କିଛି ଏପରି କହିଛନ୍ତି ଋଷର ବୈଦେଶିକ ମନ୍ତ୍ରୀ ସରଗେଇ ଲାଭରୋଭ୍ । ଅଧିକାରୀମାନେ ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ନଭେମ୍ବର ୫ରେ ନିଆଯାଇଥିବା ନିଷ୍ପତ୍ତିକୁ ଖୁବ୍ ଶୀଘ୍ର ଚୂଡାନ୍ତ ରୂପ ଦିଆଯିବ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଏବାବଦରେ ଜନସାଧାରଣ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ଆଣବିକ ପରୀକ୍ଷଣ ହେଲେ ସମସ୍ତଙ୍କୁ  ଜଣାଇ ଦିଆଯିବ । ଶୁବ୍ ଶୀଘ୍ର ଏନେଇ ଭ୍ଲାଦିମିର ପୁଟିନ ସମସ୍ତଙ୍କୁ ସୂଚନା ଦେବେ ବୋଲି ସେ କହିଛନ୍ତି ।

ରିପୋର୍ଟ ଅନୁସାରେ, ନଭେମ୍ବର ୫ ତାରିଖରେ ଋଷିଆର ସୁରକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ପରମାଣୁ ବୋମା ପରୀକ୍ଷଣ ବାବଦରେ ଆଲୋଚନା ହୋଇଥିଲା । ଭ୍ଲାଦିମିର ପୁଟିନ ନିଜ ଅଧିକାରୀଙ୍କୁ ପରୀକ୍ଷଣ ପାଇଁ ଗ୍ରୀନ ସିଗନାଲ ଦେଇଥିବା ଖବର ଆସିଥିଲା । କିନ୍ତୁ କେବେ ଏହାକୁ ଟେଷ୍ଟ୍ କରାଯିବ ସେନେଇ କିଛି ସ୍ପଷ୍ଟ କରାଯାଇ ନଥିଲା ।

ତେବେ ଆମେରିକା ପ୍ରଥମେ ଆଣବିକ ପରୀକ୍ଷଣ ବାବଦରେ ଘୋଷଣା କରିଥିଲା । ଯାହାର ଜବାବରେ ଋଷିଆ ମଧ୍ୟ ଏବାବଦରେ ଅଣ୍ଟା ଭିଡିଥିଲା । ପୂର୍ବରୁ ଆମେରିକା ଲଗାତାର ଭାବେ ପରମାଣୁ ଶକ୍ତିର ପରୀକ୍ଷଣ କରୁଥିବା ନେଇ ଖବର ଆସିଥିଲା । ଯାହାର ଜବାବରେ ଋଷିଆ ଏହାକୁ କାଉଣ୍ଟର କରିବ ବୋଲି ଘୋଷଣା କରିଥିଲା ।