'ଭାରତର ସାମରିକ ଶକ୍ତିର ରୂପ ଦେଖିଛି ସମଗ୍ର ବିଶ୍ୱ': ସଂସଦ ଅଧିବେଶନ ପୂର୍ବରୁ ପିଏମ୍ ମୋଦିଙ୍କ ବାର୍ତ୍ତା

Published By : Prameya-News7 Bureau | July 21, 2025 IST

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି। ସେ କହିଛନ୍ତି  ସମଗ୍ର ବିଶ୍ୱ ଭାରତର ସାମରିକ ଶକ୍ତିର ରୂପ ଦେଖିଛି। ୨୨ ମିନିଟରେ ଆତଙ୍କବାଦୀମାନଙ୍କୁ ନିପାତ କରାଯାଇଛି। ମୌସୁମୀ ଅଧିବେଶନ ଦେଶ ପାଇଁ ଏକ ଗର୍ବର ଅଧିବେଶନ। ମହାକାଶରେ ତ୍ରିରଙ୍ଗା ଉତ୍ତୋଳନ କରିବା ଗର୍ବର ବିଷୟ। ଏହି ଅଧିବେଶନ ନବସୃଜନ ଏବଂ ପୁନଃନିର୍ମାଣର ପ୍ରତୀକ।

ଲୋକସଭାରେ ଆରମ୍ଭରୁ ପ୍ରବଳ ହୋହାଲ୍ଲା ହୋଇଥିଲା। ହଟ୍ଟଗୋଳକୁ ନେଇ ବାଚସ୍ପତି ଓମ୍ ବିର୍ଲା କ୍ରୋଧିତ ହୋଇଯାଇଥିଲେ। ସେ କହିଥିଲେ ଯେ ଏହି ପଦ୍ଧତି ଠିକ୍ ନୁହେଁ। ସଂସଦ ଅଧିବେଶନର ପ୍ରଥମ ଦିନରେ ଏପରି ହଟ୍ଟଗୋଳ ସୃଷ୍ଟି କରିବା ସମ୍ପୂର୍ଣ୍ଣ ଭୁଲ। ଗୃହ ନିୟମ ଅନୁଯାୟୀ ଚାଲିଥାଏ, ତେଣୁ ଆପଣମାନେ ଦୟାକରି ଶାନ୍ତିରେ ବସନ୍ତୁ। ବିରୋଧୀଙ୍କ ହୋହାଲ୍ଲା ପରେ ଲୋକସଭାର କାର୍ଯ୍ୟ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.