ପୁରୀ ବେଳାଭୂମିରେ ଅଘଟଣ ! ଗାଧୋଉଥିଲା ବେଳେ ଟାଣିନେଲା କରେଣ୍ଟ, ଚାଲିଗଲା ଜୀବନ

NEWS7
pm-modi-releases-17th-installment-of-pm-kisan-in-varanasi

ପୁରୀ:ପୁରୀ ବାଲି ହରଚଣ୍ଡି ଠାରେ ଅଘଟଣ। ବାଲିହରଚଣ୍ଡି ମନ୍ଦିର ନିକଟ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଜଣେ ପର୍ଯ୍ୟଟକଙ୍କ ଚାଲିଗଲା ଜୀବନ। ମୃତ ପର୍ଯ୍ୟଟକ ଜଣକ ହେଉଛନ୍ତି ବାରିପଦା ଅଞ୍ଚଳର ସ୍ପନ୍ଦନ ସାହୁ। ସ୍ପନ୍ଦନଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସ୍ପନ୍ଦନ ଶନିବାର ନିଜ ପରିବାର ଓ ସାଙ୍ଗମାନଙ୍କ ସହିତ ବାଲିହରଚଣ୍ଡି ସମୁଦ୍ରରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟରେ ପଡି ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକମାନେ ସମୁଦ୍ର ଭିତରକୁ ଯାଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।