ଇଲେକ୍ଟୋରାଲ ବଣ୍ଡ ରଦ୍ଦ କରି ବିରୋଧୀ ଦେଶକୁ କଳାଧନକୁ ଆଡ଼କୁ ଠେଲି ଦେଉଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | April 15, 2024 IST

internet

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଏନ୍‌ଆଇକୁ ସାକ୍ଷାତ୍‌କାର ଦେଇ ସମସ୍ତ ବିଷୟରେ ଆଲୋଚନା କରିଛନ୍ତି। ଏମିତିକି ଇଲେକ୍ଟୋରାଲ ବଣ୍ଡ ବିଷୟରେ ମଧ୍ୟ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି ଦେଶକୁ ପୁଣିଥରେ କଳାଧନ ଆଡ଼ୁକ ଠେଲି ଦିଆଯାଉଛି। 

ମୋଦ କହିଛନ୍ତି ଯେ କଳାଧନ ରୋକିବାକୁ ଇଲେକ୍ଟୋରାଲ ବଣ୍ଡ ଅଣାଯାଇଥିଲା। ହେଲେ ଏହାକୁ ରଦ୍ଦ କରି ନିର୍ବାଚନରେ ପୁଣି କଳାଧନର ବ୍ୟବହାରକୁ ପ୍ରତ୍ସୋହନ ଦିଆଯାଉଛି। ଏହା ଦେଶ ପାଇଁ ବିପଦ। ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନେ ପରେ ପସ୍ତେଇବେ ବୋଲି ମୋଦୀ କହିଛନ୍ତି।

ଏଥିସହିତ ବିରୋଧୀ ଦଳ ଇଲେକ୍ଟୋରାଲ ବଣ୍ଡକୁ ନେଇ ମିଛ ପ୍ରଚାର କରିଥିବା ଅଭିଯୋଗ ଲଗାଇଛନ୍ତି ପ୍ରଧାନମନ୍ତ୍ରୀ। ଇଲେକ୍ଟୋରାଲ ବଣ୍ଡ ଆଣିବାର ଉଦ୍ଦେଶ୍ୟ ଥିଲା ଯେ ନିର୍ବାଚନରେ କଳାଧନ ଉପରେ ଅଙ୍କୁଶ ଲଗାଇବା। ହେଲେ ବିରୋଧୀ ମିଛ ଅଭିଯୋଗ ଆଣି ଏଥିରୁ ପଳାୟନ କରିବାକୁ ଚାହୁଁଛି ବୋଲି ମୋଦୀ କହିଛନ୍ତି। 

ଇଲେକ୍ଟୋରାଲ ବଣ୍ଡକୁ ପ୍ରଶଂସା କରି ମୋଦୀ କହିଛନ୍ତି “ ଇଲେକ୍ଟୋରାଲ ବଣ୍ଡ ଯୋଗୁ ଏହା ଜଣାପଡ଼ୁଛି ଯେ କେଉଁ କମ୍ପାନୀ ଟଙ୍କା ଦେଇଛି। କେଉଁ ଦଳକୁ ପଇସା ଦେଉଛି? ପଇସା କେଉଁଠି ଦେଇଛି ? କେତେ ଦେଇଛି?” ଏସବୁ ପ୍ରଶ୍ନର ଉତ୍ତର ଏବେ ମିଳିପାରୁଛି। ହେଲେ ପୂର୍ବରୁ ଏହା ସମ୍ଭବ ନଥିଲା। ଏଥିପାଇଁ ମୁଁ କହୁଛି ଯେ ଯଦି ବିରୋଧୀ ଦଳ ସଚ୍ଚୋଟତାର ସହ ଭାବିବେ ତେବେ ପସ୍ତେଇବେ। ଯେଉଁମାନେ ଡାଟା ପବ୍ଲିସ୍ ହେବା ପାଇଁ ହୋହଲ୍ଲା କରୁଛନ୍ତି ସେମାନେ ପରେ ଅବଶୋଷ କରିବେ। ସେମାନେ ଦେଶକୁ କଳାଧନ ଆଡ଼କୁ ଠେଲି ଦେଇଛନ୍ତି।”

ପଢ଼ନ୍ତୁ-ପ୍ରଧାନମନ୍ତ୍ରୀଙ୍କ ଭିଜନ ୨୦୪୭, ନିର୍ବାଚନ ପରେ କେମିତି ହେବ କାମ ? ଦେଲେ ସୂଚନା

ପ୍ରଧାନମନ୍ତ୍ରୀ କହିଛନ୍ତି ଯାଞ୍ଚ ଏଜେନ୍ସିର କାର୍ଯ୍ୟନୁଷ୍ଠାନ ପରେ ଯେଉଁ ୧୬ କମ୍ପାନୀ ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ଟଙ୍କା ଦେଇଛନ୍ତି ସେମାନଙ୍କ ମଧ୍ୟରୁ କେବଳ ୩୭ ପ୍ରତିଶତ  ବିଜେପିକୁ  ଆସିଛି। ୬୩ ପ୍ରତିଶତ ବିରୋଧୀ ଦଳକୁ ଯାଇଛି। 

ଇଲେକ୍ଟୋରାଲ ବଣ୍ଡକୁ ଠିକ୍ ବୋଲି ଦର୍ଶାଇ ମୋଦୀ କହିଛନ୍ତି ପୂର୍ବରୁ ବି ରାଜନୈତିକ ଦଳକୁ ଚାନ୍ଦା ମିଳୁଥିଲା। ହେଲେ ଏହାର କୌଣସି ଲେଖାଜୋଖା ନଥିଲା। ନିର୍ବାଚନ ଜିତିବାକୁ କଳାଧନର ବ୍ୟବହାର ହେଉଥିଲା। ହେଲେ ଇଲେକ୍ଟୋରାଲ ବଣ୍ଡ ପାଇଁ ମନି ଟ୍ରେଲ୍‌ ବିଷୟରେ ଜଣାପଡ଼ିଲା। ବିଜେପିକୁ ମଧ୍ୟ ନଗଦ ଟଙ୍କା ଦେବା କଥା କହୁଥିଲେ। ଚେକ୍ ଦେଲେ ପରିଚୟ ଜଣାପଡ଼ିବ ବୋଲି ସେମାନେ ଏପରି କହୁଥିଲେ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଇଲେକ୍ଟୋରାଲ ବଣ୍ଡ ଅଣାଯାଇଥିଲା ବୋଲି ପିଏମ୍ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.