ପିଏମ୍‌ ମୋଦୀଙ୍କ ବଡ ଘୋଷଣା, ଆତଙ୍କୀଙ୍କୁ ସହଯୋଗ କରିଥିବା ବ୍ୟକ୍ତିଙ୍କୁ ନାହିଁ ନିସ୍ତାର

Published By : Prameya-News7 Bureau | May 03, 2025 IST

ନୂଆଦିଲ୍ଲୀ ୦୩/୦୫: ଆତଙ୍କବାଦୀଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଥରେ ଆତଙ୍କବାଦୀ ଓ ସେମାନଙ୍କୁ ସମର୍ଥନ କରୁଥିବା ରାଷ୍ଟ୍ରଙ୍କୁ ଏଭଳି ଚେତାବନୀ ଦେଇଛନ୍ତି । ଏଥିସହିତ ସୀମାପାର ଆତଙ୍କବାଦ ବିରୋଧରେ ଭାରତର ଲଢେଇକୁ ସମର୍ଥନ ଦେଇଥିବାରୁ ଆଙ୍ଗୋଲା ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । 

ଆଜି ଭାରତ ଓ ଆଙ୍ଗୋଲା ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଏମଓୟୁ ସ୍ବାକ୍ଷର କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆତଙ୍କବାଦୀଙ୍କୁ ପୁଣି ଥରେ ଚେତାବନୀ ଦେବା ସହ ସୀମାରେ ଅରାଜକତା ସୃଷ୍ଟିକାରୀ ଶକ୍ତିଙ୍କ ବିରୋଧରେ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ।


ସୂଚନା ଥାଉକି, ଶନିବାର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଙ୍ଗୋଲା ରାଷ୍ଟ୍ରପତି ଜୋଓ ମାନୁଏଲ ଗୋଞ୍ଚାଲଭସ୍ ଲୋରେଞ୍ଚୋଙ୍କୁ ଭେଟିଛନ୍ତି। ଏହି ସମୟରେ, ଉଭୟ ନେତା ଏକ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିଥିଲେ । ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ମୁଁ ରାଷ୍ଟ୍ରପତି ଲୋରେନ୍ସୁ ଓ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତରେ ହୃଦୟର ସହିତ ସ୍ୱାଗତ କରୁଛି । ଏହା ଏକ ଐତିହାସିକ ମୁହୂର୍ତ୍ତ । ମୋଦୀ ଆହୁରି କହିଛନ୍ତି ଯେ ୩୮ ବର୍ଷ ପରେ, ଆଙ୍ଗୋଲାର ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଛନ୍ତି । 


ତାଙ୍କର ଗସ୍ତ ଭାରତ-ଆଙ୍ଗୋଲା ସମ୍ପର୍କକୁ କେବଳ ନୂଆ ଦିଶା ଦଉନି ତ ଭାରତ-ଆଫ୍ରିକା ସହଭାଗୀତାକୁ ମଧ୍ୟ ସୁଦୃଢ଼ କରୁଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ପହଲଗାମ ଆକ୍ରମଣ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ଆମେ ଏକମତ ଯେ ଆତଙ୍କବାଦ ମାନବତା ପାଇଁ ସବୁଠାରୁ ବଡ଼ ବିପଦ। ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଲୋକଙ୍କୁ କଡ଼ା ଚେତାବନୀ ଦେଇଥିଲେ ସେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.