LIVE TV

ଦିଲ୍ଲୀ ବିସ୍ଫୋରଣ ମାମଲାରେ ଅଟକ ୪ ଡାକ୍ତର ଗିରଫ, ଯୋଗାଡ କରିଦେଇଥିଲେ i20 କାର

NEWS7
pm-modi-inaugurates-two-new-mumbai-metro-lines

ନୂଆଦିଲ୍ଲୀ ୨୦।୧୧: ଲାଲକିଲା ବିସ୍ଫୋରଣ ମାମଲାରେ ଏନଆଇଏ ଅଟକ ରଖିଥିବା ୪ ଜଣ ଡାକ୍ତରଙ୍କୁ ଗିରଫ କରିଛି। ଏହି ୪ ଜଣ ସେହିମାନେ ଯେଉଁମାନେ ବିସ୍ଫୋରଣରେ ବ୍ୟବହୃତ ହୋଇଥିବା ଆଇ-୨୦ କାର ଯୋଗାଡ କରିବା, ମୁଭମେଣ୍ଟ କରିବା ଓ ସୁରକ୍ଷିତ ଟ୍ରାନ୍ସପୋର୍ଟ ବ୍ୟବସ୍ଥା କରିଥିଲେ। ତେବେ ସବୁଠୁ ଆଶ୍ଚର୍ଯ୍ୟ କରିବା ଭଳି କଥା ଯାହା ତାହା ହେଉଛି ଗିରଫ ସମସ୍ତ ୪ ଜଣ ଯାକ ଡାକ୍ତର। ଏମାନଙ୍କ ମଧ୍ୟରୁ ଜଣେ ମୁଫ୍ତିଙ୍କ କାମ ମଧ୍ୟ କରୁଥିଲେ। ଏହି ୪ ଜଣଙ୍କୁ ଏନଆଇଏ ଶ୍ରୀନଗରରୁ ଗିରଫ କରିଛି।

ଏହି ଗିରଫଦାରୀପରେ ବିସ୍ଫୋରଣରେ ଏମାନଙ୍କ ପ୍ରମୁଖ ଭୂମିକା ଥିବା ସ୍ପଷ୍ଟ ହୋଇଯାଇଛି। ଏନଆଇଏ ଅନୁସାରେ ପୁଲବାମାରୁ ଡା. ମୁଜମିଲ ସକିଲ ଗନେଇ, ଅନନ୍ତ ନାଗରୁ ଡା. ଆଦିଲ ଅହମଦ ରାଥର, ଲକ୍ଷ୍ନୌରୁ ଡା. ସାହିନା ସଈଦ ଓ ସୋପିୟାନରୁ ମୁଫ୍ତି ଇରଫାନ ଅହମଦ ୱଗାୟଙ୍କୁ ଧରାଯାଇଥିଲା। ଏହି ୪ ଜଣ ଆଇ-୨୦ କାର ହାସଲ କରିବା, ତାକୁ ବ୍ୟବହାର ଲାଗି ପ୍ରସ୍ତୁତ ରଖିବା, ଏହାର ମୁଭମେଣ୍ଟ ନିର୍ଦ୍ଧାରଣ କରିବା ଓ ମଡ୍ୟୁଲ ପର୍ଯ୍ୟନ୍ତ ପହଞ୍ଚାଇବାରେ କୋର ଅପରେସନ ସମ୍ଭାଳିଥିଲେ। ଏନଆଇଏ ଯାଞ୍ଚରୁ ଏହା ଜଣାପଡିଛି ଯେ ଏହି ୪ ଜଣ ମଡ୍ୟୁଲର ସବୁଠୁ ରଣନୈତିକ ଟିମ୍ ଥିଲେ।

ଏମାନେ କେବଳ ସହାୟତା ନୁହେଁ ବରଂ କାର ଅପରେସନର ପୁରା ପ୍ରବନ୍ଧନ କରୁଥିଲେ। ସୂତ୍ର ଅନୁସାରେ କାଗଜପତ୍ରରୁ କାରଟି ଜଣେ ଅନ୍ୟ ଲୋକ ନାମରେ ଥିବା ଜଣାପଡିଥିଲା, କିନ୍ତୁ ଅସଲରେ କାରର କ୍ରୟ, ତାକୁ ଆଣିବା, ଲୁଚେଇବା ଓ ତାକୁ ସୁରକ୍ଷିତ ରଖିବା କାମ ଏହି ୪ ଜଣ କରିଥିଲେ। କାରର ମୁଭମେଣ୍ଟ ଓ ରୁଟ୍ ପ୍ଲାନିଂ ଏମାନେ କରିଥିଲେ। କାରକୁ କେଉଁଠୁ ଉଠାଇବା, କେଉଁ ରାସ୍ତାରେ ଦିଲ୍ଲୀ ଆଣିବା ସୁରକ୍ଷିତ ରହିବ, ମଝିରେ କେଉଁଠି କେତେ ସମୟ ଅଟକିବ, କାରକୁ କେବେ ଆକ୍ଟିଭେସନ ପଏଣ୍ଟରେ ପହଞ୍ଚାଯିବ ଆଦି କାମର ବ୍ଲୁ ପ୍ରିଣ୍ଟ ଡା. ମୁଜାମିଲ ଓ ଡା. ରାଥର କରିଥିଲେ। ମେଡିକାଲ କଭର ଓ କମ୍ୟୁନିକେସନ ସିଷ୍ଟମ ଏମାନଙ୍କ ହାତରେ ଥିଲା। ସୂତ୍ର ଅନୁସାରେ ଲକ୍ଷ୍ନୌର ଡାକ୍ତର ସାହିନା ଫଣ୍ଡ ଚେନ୍ ସମ୍ଭାଳିବା ସହିତ ମେଡିକାଲ ଭିଜିଟ ଆଢୁଆଳରେ ମିଟିଂ କରୁଥିଲେ।

ଏହି ମଡ୍ୟୁଲକୁ ଆଇଡୋଲଜିକାଲ ସପୋର୍ଟ ମୁଫ୍ତି ଇରଫାନ ଅହମଦ ବଗାୟ ଦେଉଥିଲା। ସେ ଟିମ୍ର ସବୁ ସଦସ୍ୟଙ୍କୁ ଯୋଡି ରଖୁଥିଲା ଓ ସେମାନଙ୍କୁ ମାନସିକ ରୂପେ ପ୍ରସ୍ତୁତ କରୁଥିଲା ଓ ମଡ୍ୟୁଲର ବିଦେଶ ଲିଂକ ଲାଗି ସମ୍ପର୍କର ସୂତ୍ର ଥିଲା। ଏହା ପୂର୍ବରୁ ଏନଆଇଏ ୨ ଜଣଙ୍କୁ ଅମୀର ରାଶିଦ ଅଲ୍ଲୀ ଓ ନାଶିର ବିଲାଲ ୱାନୀ ଓରଫ ଦାନିଶକୁ ଧରିଥିଲା। କାର ଅମୀର ରାଶିଦ ନାମରେ ଥିବା ବେଳେ ଦାନିଶ ବିସ୍ଫୋଟକ ସେଟପ କରିବାରେ ସହାୟତା କରିଥିଲା।

ତେବେ କାର କିପରି ଆସିଲା? କିଏ ଆଣିଲା? କିଏ ଏହାକୁ ମୁଭ କରାଇଥିଲା? କିଏ ଏହାକୁ ସୁରକ୍ଷିତ ରଖିଥିଲା? ଗିରଫ ହୋଇଥିବା୪ ଜଣ ଡାକ୍ତରଙ୍କ ହିଁ ଏହି ଗୁରୁତ୍ୱପୂର୍ଣ୍ଣ କାମ କରୁଥିଲେ। ଅର୍ଥାତ ବିନା କାରରେ ବିସ୍ଫୋରଣ ହୋଇ ପାରିନଥାନ୍ତା ଓ କାରକୁ ଅପରେସନକୁ ଆଣିବାରେ ଏହି ୪ ଜଣଙ୍କ ଭୂମିକା ମୁଖ୍ୟ ଥିଲା। ଇତି ମଧ୍ୟରେ ଏନଆଇଏ ଆତଙ୍କୀ ମୁଜମିଲ ଓ ଶକିଲକୁ ଦିଲ୍ଲୀ ନେଇ ଆସିଛି। ଏମାନଙ୍କୁ କେବେବି ଦିଲ୍ଲୀ ପାଟିୟାଲା କୋର୍ଟରେ ହାଜର କରାଯାଇ ପାରେ। ଯାଞ୍ଚ ଏଜେନ୍ସୀ ସୂତ୍ର ଅନୁସାରେ ସାହିନ ଓ ଆଦିଲ ସମେତ ୪ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟରେ ହାଜର କରାଯାଇଛି।