ନୂଆଦିଲ୍ଲୀ ୦୭/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଯାତ୍ରାର ଚତୁର୍ଥ ପର୍ଯ୍ୟାୟରେ ସେ ବ୍ରାଜିଲ ଗସ୍ତ କରିଛନ୍ତି । ଏହି ଅବସରରେ ସେ ସେ ରିଓଡି ଜେନେରିଓରେ ଅନୁଷ୍ଠିତ ୧୭ତମ ବ୍ରିକ୍ସ ସମ୍ମିଳନୀରେ ସାମିଲ୍ ହୋଇଥିଲେ । ସମ୍ମିଳନୀରେ ସାମିଲ ହୋଇ ସେ କହିଛନ୍ତି ଯେ ଆତଙ୍କବାଦ ମାନବତା ପାଇଁ ସବୁଠାରୁ ବଡ଼ ବିପଦ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସମ୍ପ୍ରତି ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଅମାନବୀୟ ଘଟଣା ସହ କାପୁରୁଷତାର କାର୍ଯ୍ୟ । ଏହା ମାନବତା ଉପରେ ଆକ୍ରମଣ ଥିଲା । ବ୍ରିକ୍ସରେ ପ୍ରଧାନମନ୍ତ୍ରୀ ମୋଦୀ ଶାନ୍ତି ଓ ଭାଇଚାରା ପ୍ରତି ଭାରତର ପ୍ରତିବଦ୍ଧତା ପ୍ରକାଶ କରି ପଡ଼ୋଶୀ ଦେଶକୁ ଟାର୍ଗେଟ କରିଥିଲେ ମୋଦୀ । ସେ କହିଥିଲେ ଯେ ଦ୍ୱୈତ ମାନଦଣ୍ଡର କୌଣସି ସ୍ଥାନ ନାହିଁ। ଯଦି କୌଣସି ଦେଶ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଆତଙ୍କବାଦକୁ ସମର୍ଥନ କରେ । ତେବେ ତାକୁ ଏହାର ମୂଲ୍ୟ ଦେବାକୁ ପଡିବ । ଆତଙ୍କବାଦୀଙ୍କୁ ନିଷିଦ୍ଧ କରିବାରେ କୌଣସି ଦ୍ୱିଧା ରହିବା ଉଚିତ୍ ନୁହେଁ।
ସେ କହିଛନ୍ତି ଯେ ଆତଙ୍କବାଦକୁ ସମର୍ଥନ କିମ୍ବା ଏହାର ନୀରବ ସମ୍ମତିକୁ ବରଦାସ୍ତ କରାଯିବ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ଦେଶକୁ ଏ ବିଷୟରେ ଏକ ନିର୍ଣ୍ଣାୟକ ନିଷ୍ପତ୍ତି ନେବାକୁ କହିଛନ୍ତି। ସେ କହିଛନ୍ତି ଯେ ଭାରତ ମହାତ୍ମା ଗାନ୍ଧୀ ଏବଂ ଗୌତମ ବୁଦ୍ଧଙ୍କ ଦ୍ୱାରା ଅନୁପ୍ରାଣିତ ଶାନ୍ତି ପଥରେ ଆଗକୁ ବଢ଼ିବ। ପରିସ୍ଥିତି ଯେତେ କଷ୍ଟକର ହେଉ, ଶାନ୍ତି ମାନବତାର କଲ୍ୟାଣ ପାଇଁ ସର୍ବୋତ୍ତମ ପଥ ହୋଇ ରହିବ।
କେବଳ ଏତିକି ନୁହେଁ, ବ୍ରିକ୍ସ ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ନେତାମାନେ ମଧ୍ୟ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି ।
ଏହି ସମୟରେ, ପ୍ରତ୍ୟେକ ପ୍ରକାରର ଆତଙ୍କବାଦ, ସୀମାପାର ଆତଙ୍କବାଦ, ଆତଙ୍କବାଦକୁ ପାଣ୍ଠି ଯୋଗାଇବା ଏବଂ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରାଯାଇଥିଲା। ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରାଯିବା ଉଚିତ ଏବଂ ଏଥିପାଇଁ ଦ୍ୱୈତ ମାନଦଣ୍ଡ ପ୍ରତ୍ୟାଖ୍ୟାନ କରାଯିବା ଉଚିତ।
ବ୍ରିକ୍ସ ଦେଶଗୁଡ଼ିକ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରି ଏକ ମିଳିତ ବିବୃତ୍ତି ଜାରି କରିଥିଲେ। ଏହି ବିବୃତ୍ତିରେ କୁହାଯାଇଛି ଯେ ଆମେ ଏପ୍ରିଲ ୨୨ ରେ ଜମ୍ମୁ-କାଶ୍ମୀର ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛୁ । ଯେଉଁଥିରେ ୨୬ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଆମେ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଗ୍ରହଣ କରିବାକୁ ଓ ଆତଙ୍କବାଦର ମୁକାବିଲା ପାଇଁ ଦ୍ୱୈତ ମାନଦଣ୍ଡ ପ୍ରତ୍ୟାଖ୍ୟାନ କରିବାକୁ ଅନୁରୋଧ କରୁ ।