LIVE TV
LIVE TV

୩୨ କୋଟିର ମାଲିକାଣୀ, ସ୍ୱାମୀ ବାହୁବଳୀ ବ୍ୟକ୍ତିତ୍ୱ, ତଥାପି ଶପଥପାଠ ବେଳେ ଅଟକିଲା ସ୍ୱର..

NEWS7
pm-modi-distributes-65-lakh-svamitva-property-cards

ପାଟନା, ୦୨/୧୨: ବିହାରରେ ନୂତନ ସରକାର ଗଠନ ସରିଛି । ସୋମବାର ୧୮ତମ ବିଧାନସଭାର ପ୍ରଥମ ଅଧିବେଶନରେ ନବନିର୍ବାଚିତ ବିଧାୟକମାନେ ଶପଥ ନେଇଥିଲେ । ତେବେ ବିହାର ବିଧାନସଭାରେ ଦେଖିବାକୁ ମିଳିଥିଲା ଅଦ୍ଭୁତ ଦୃଶ୍ୟ । ଯେଉଁଠି ସବୁଠାରୁ କନିଷ୍ଠ ବିଧାୟକ ମୈଥିଳୀ ଠାକୁର ଦୃଷ୍ଟି ଆକର୍ଷର କରିଥିଲେ । ସେଇଠି ନୱାଡାର ଜେଡିୟୁ ବିଧାୟକ ବିଭା ଦେବୀଙ୍କ ଶପଥ ଗ୍ରହଣ ଥିଲା ବେଶ୍ ହାସ୍ୟାସ୍ପଦ ।

ସୋମବାରର ଏହି ଦୃଶ୍ୟ ଏବେ ବହୁମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯିଏ ଦେଖୁଛି ସିଏ ହସୁଛି । ନୱାଡା ବିଧାୟକ ବିଭା ଦେବୀଙ୍କ ଶପଥ ଗ୍ରହଣ ଉତ୍ସବର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କେହି କେହି କହୁଛନ୍ତି ବିଧାୟକ ଭାବେ ଶପଥ କରିପାରୁନାହାଁନ୍ତି ବିକାଶ କଣ କରିବେ । ଆଉ କିଏ କହୁଛନ୍ତି ନିରକ୍ଷର ମହିଳା ନୱାଡାର ବିକାଶ କରିବେ କିପରି ?'ଘଟଣା ଥିଲା ଏମିତି ।

 

ବିହାର ବିଧାନସଭାରେ ଚାଲିଥିଲା ଶପଥ ଗ୍ରହଣ ଉତ୍ସବ । ଏହାରି ଭିତରେ ପାଳି ପଡିଥିଲା ନୱାଡା ବିଧାୟକ ବିଭା ଦେବୀଙ୍କର । ସେ ବି ଶପଥ ନେବାକୁ ଛିଡା ହେଲେ । ହେଲେ ଶପଥ ନେବେ କଣ ଠିକ୍ ଭାବେ ପଢିପାରିଲେନି ଶପଥ ପାଠ । ବାରମ୍ବାର ସେ ଝୁଣ୍ଟି ପଡ଼ିଲେ । ପ୍ରତିଟି ଶବ୍ଦରେ ଥଙ୍ଗେଇ ହୋଇଥିଲେ । ସେତିକି ନୁହେଁ ପାଖରେ ଥିବା ବିଧାୟକ ମନୋରମା ଦେବୀଙ୍କୁ ଠାରି ସହଯୋଗ ଲୋଡିଥିଲେ । କହୁଥିଲେ ଚୁଟ୍କି ବତାନା..ପରେ ତାଙ୍କ ସହାୟତାରେ ସେ ଶପଥ ଗ୍ରହଣ ସମାପ୍ତ କଲେ ।

ଏହି ସମୟରେ, ନୱାଡା ବିଧାୟକ ବିଭା ଦେବୀଙ୍କ ଶପଥ ଗ୍ରହଣ ଉତ୍ସବର ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ଆଲୋଚନା ସୃଷ୍ଟି କରୁଛି । ଲୋକମାନେ ଭିଡିଓ ଉପରେ ମତାମତ ଦେଉଛନ୍ତି। ଜଣେ ୟୁଜର ଭିଡିଓ ସେୟାର କରି କହିଛନ୍ତି, "ନୀତୀଶଙ୍କ ବିଧାୟକ ଶପଥ ଗ୍ରହଣ କରିପାରିଲେ ନାହିଁ। ଜଣେ ନିରକ୍ଷର ମହିଳା ନୱାଡାଙ୍କୁ କିପରି ବିକାଶ କରିବେ?"ସେହିପରି ବେତିୟାର ବିଜେପି ବିଧାୟିକା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀ ଭୁଲ୍ ଭାବେ ଶପଥ ପାଠ କରିଥିଲେ ।

ବାଚସ୍ପତି ତାଙ୍କୁ ତୁରନ୍ତ ଅଟକାଇ ଠିକ୍ ଢଙ୍ଗରେ ଶପଥ ପାଠ କରାଇଥିଲେ । ଏହା ଭିତରେ କିଛି ରୋଚକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ମନ୍ତ୍ରୀମାନଙ୍କ ଶପଥଗ୍ରହଣ ବେଳେ ସମ୍ରାଟ ଚୌଧୁରୀ ଯେତେବେଳେ ଶପଥ ନେଲେ ବିରୋଧୀ ନେତା ତେଜସ୍ୱୀ ଯାଦବ ସିଟ୍ରୁ ଉଠି ତାଙ୍କୁ ଅଭିବାଦନ ଜଣାଇଥିଲେ । ସେହିପରି ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ।