ଆଉ ନାହାନ୍ତି ଦିଗ୍ଗଜ ମାଲାୟଲମ ଅଭିନେତା ଶ୍ରୀନିବାସନ, ୬୯ ବର୍ଷରେ ତ୍ୟାଗ କଲେ ଶେଷ ନିଶ୍ୱାସ

NEWS7
pm-modi-and-us-president-donald-trump-may-meet-in-america-next-month

ନୂଆଦିଲ୍ଲୀ ୨୦/୧୨: ପରଲୋକରେ ଦିଗ୍ଗଜ ମାଲାୟଲମ ଅଭିନେତା । ୬୯ ବର୍ଷ ବୟସରେ ତ୍ୟାଗ କରିଛନ୍ତି ଶେଷ ନିଶ୍ୱାସ । ବରିଷ୍ଠ ଅଭିନେତା, ଚିତ୍ରନାଟ୍ୟ ଲେଖକ, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଶ୍ରୀନିବାସନଙ୍କର ୬୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଡିସେମ୍ବର ୨୦ ତାରିଖ ଶନିବାର ଦିନ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଗତ କିଛି ଦିନ ଧରି ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିଲେ । ସେପଟେ ଅଭିନେତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସୂଚନା ଥାଉକି, ଶ୍ରୀନିବାସନ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଶ୍ରୀନିବାସନଙ୍କ ହଠାତ୍ ଦେହାନ୍ତ ପରିବାରରେ ଶୋକର ଛାୟା ଖେଳିଯାଇଛି । ପ୍ରଶଂସକ ଓ ସେଲିବ୍ରିଟିଙ୍କ ସେମାନଙ୍କ ପ୍ରିୟ ଲୋକକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି । ମାଲାୟଲମ ଚଳଚ୍ଚିତ୍ର ଶିଳ୍ପର ଜଣେ ପ୍ରସିଦ୍ଧ ଅଭିନେତା ପୃଥ୍ୱୀରାଜ ସୁକୁମାରନ୍, ପ୍ରବୀଣ ଅଭିନେତା ଶ୍ରୀନିବାସନଙ୍କ ଦେହାନ୍ତ ଖବରରେ ଶୋକ ପ୍ରକାଶ କରିଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, "ଜଣେ ମହାନ ଲେଖକ, ନିର୍ଦ୍ଦେଶକ ଏବଂ ଅଭିନେତାଙ୍କୁ ବିଦାୟ।

ସେ ୨୦୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।ଶ୍ରୀନିବାସନ ମାଲାୟଲମ ଚଳଚ୍ଚିତ୍ର ଶିଳ୍ପର ଜଣେ ପ୍ରସିଦ୍ଧ ଅଭିନେତା ଥିଲେ। ସେ ୪୮ ବର୍ଷର କ୍ୟାରିଅରରେ ୨୦୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କ ଚଳଚ୍ଚିତ୍ରଗୁଡ଼ିକ ସାଧାରଣ ଲୋକଙ୍କ ସମସ୍ୟାର ହାଲୁକା ଚିତ୍ରଣ ପାଇଁ ଜଣାଶୁଣା ଥିଲା। ତାଙ୍କର ଅଭିନୟ ଏତେ ପ୍ରାମାଣିକ ଥିଲା ଯେ ତାଙ୍କର ପ୍ରତ୍ୟେକ ଚରିତ୍ର ଲୋକଙ୍କ ହୃଦୟକୁ ଛୁଇଁଥିଲା। ସେ ପ୍ରତ୍ୟେକ ଭୂମିକାରେ ଜୀବନ ଫୁଙ୍କି ଦେଇଥିଲେ। ସେ କିଛି ସ୍ମରଣୀୟ ମାଲାୟଲମ ଚଳଚ୍ଚିତ୍ର ମଧ୍ୟ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ଯାହା ଆଜି ମଧ୍ୟ ପ୍ରତୀକାତ୍ମକ ହୋଇ ରହିଛି।