ବନ୍ଧୁକ ଛାଡ଼ିଲେ ‘ପ୍ରଭୁ’, ମାଓ ସଂଗଠନରୁ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ହେଲେ ସାମିଲ

NEWS7
pm-modi-and-us-president-donald-trump-may-meet-in-america-next-month

ରାଉରକେଲା ୦୩।୦୨ : ଭାଙ୍ଗୁଛି ଲାଲ୍ ଗଡ଼ । ଧ୍ୱଂସ ପାଉଛି ମାଓଗଡ଼ । ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେଉଛନ୍ତି ଟପ୍ ମାଓ ନେତା । ଦେଶକୁ ମାଓ ମୁକ୍ତ କରିବା ପାଇଁ ମାର୍ଚ୍ଚ ୩୧ ରହିଛି ଡେଡଲାଇନ୍‌ । ଏହାଭିତରେ ମାଓ ସଂଗଠନ ଛାଡୁଛନ୍ତି ଅନେକ ଟପ୍ କ୍ୟାଡର । ଏହିକ୍ରମରେ ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ନକ୍ସଲ ନେତା ଅବ୍ଲେମ୍ ହୋନେଜ୍ ଓରଫ ପ୍ରଭୁ ।

ଏ ଖବରବି ପଢ଼ନ୍ତୁ:- ଥାଙ୍କସ୍ ଟ୍ରମ୍ପ : ଭାରତ ଅପେକ୍ଷା ଚୀନ, ପାକିସ୍ତାନ, ବାଂଲାଦେଶ ଉପରେ ଅଧିକ ଟାରିଫ୍

ମାଓ ନେତା ପ୍ରଭୁର ଘର ଝାଡଖଣ୍ଡ ଛୋଟାନାଗାରା ଥାନା ହଲମୁଲି ଗାଁରେ। ନାବାଳକ ଥିବା ସମୟରେ ଦୁଇ ବର୍ଷ ତଳେ ମାଓ ସଂଗଠନରେ ହୋଇଥିଲେ ସାମିଲ । ଟପ୍ ମାଓ ନେତା ଅନ୍ ମୋଲ୍ ଟିମ୍ରେ କାମ କରୁଥିଲେ ପ୍ରଭୁ । ବନ୍ଧୁକ ବୋହିବା , ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ମାଓ କ୍ୟାମ୍ପ ସ୍ଥାନାନ୍ତର ସମୟରେ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ନଜର ରଖିବା, ମାଓ ହିଂସା ସମୟରେ ସହଯୋଗ କରିବା ମୁଖ୍ୟ କାମ ଥିଲା। କିନ୍ତୁ ଏସବୁ କାମ ଭିତରେ ମାଓ ସଂଗଠନ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଭୁ । ମଙ୍ଗଳବାର ଦିନ ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ପ୍ରଭୁ । ସରକାରଙ୍କ ବ୍ୟବସ୍ଥା ଅନୁସାରେ ସମସ୍ତ ସହଯୋଗ କରାଯିବ ବୋଲି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି।

ଏ ଖବରବି ପଢ଼ନ୍ତୁ:- ଭିଜିଲାନ୍ସ ହାବୁଡ଼ରେ କନିଷ୍ଠ ଯନ୍ତ୍ରୀ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ