ଭୟଙ୍କର ଦୁର୍ଘଟଣାରେ କାର୍ ଚୁର୍‌ମାର୍‌, ଚାଲିଗଲା ୨ ଜୀବନ

NEWS7
pipili-bypoll-57-72-percent-voting-till-3pm

ବୌଦ୍ଧ ୨୦।୦୧ : ଭୟଙ୍କର ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୨ ଜୀବନ । ବୌଦ୍ଧ ଜିଲ୍ଲା ତେଲିବନ୍ଧ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଭୁବନେଶ୍ୱରରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲେ ଏକ କାର୍ । ତେଲିବନ୍ଧ ନିକଟରେ ପଛପଟୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଧକ୍କା ପରେ କାର୍କୁ କିଛି ବାଟ ଘୋଷାରି ନେଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ କାର୍ରେ ଥିବା ଦୁଇ ଜଣ ଅଚେତ ଅବସ୍ଥାରେ ପଡିଥିଲେ । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ବର୍ତ୍ତମାନ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ ।