ବିଜେପି କର୍ମୀ ହତ୍ୟା ଘଟଣାରେ ପି.ବିଜୟନଙ୍କ ସହଯୋଗୀଙ୍କ ଭାଇ ସମେତ ୯ ସିପିଏମ୍‌ ନେତା ଦୋଷୀ ସାବ୍ୟସ୍ତ

Published By : Prameya-News7 Bureau | March 21, 2025 IST

indiatoday

ଥିରୁଅନ୍ତପୁରମ: ୨୦୦୫ରେ ହୋଇଥିବା ବିଜେପି କର୍ମକର୍ତ୍ତା ଇଲାମ୍ବିଲାଇ ସୁରଜଙ୍କ ହତ୍ୟା ଘଟଣାରେ ଶୁକ୍ରବାର ରାୟ ଆସିଛି। କେରଳର ଏକ କୋର୍ଟ ଏହି ହତ୍ୟାଘଟଣାରେ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଯେଉଁଥିରେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ପ୍ରେସ୍ ସେକ୍ରେଟେରୀଙ୍କ ଭାଇଙ୍କ ନାଁ ବି ରହିଛି।  

ଦୋଷୀଙ୍କ ମଧ୍ୟରୁ ଟିକେ ରାଜେଶର ନା ବି ରହିଛି। ରାଜେଶ ୨୦୧୨ ଟିପି ଚନ୍ଦ୍ରଶେଖରନ ହତ୍ୟା ମାମଲାରେ ଜେଲଦଣ୍ଡ ଭୋଗୁଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ପ୍ରେସ୍ ସଚିବ ପିଏମ୍ ମନୋଜଙ୍କ ଭାଇ ପିଏମ୍ ମନୋରାଜ ମଧ୍ୟ ଏହି ହତ୍ୟାଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଟିପି ଚନ୍ଦ୍ରଶେଖରନ ହତ୍ୟା ମାମଲାରେ ମୁମ୍ବାଇରେ ଗିରଫ ହୋଇଥିବା ଟି.କେ. ରାଜେଶର ବୟାନ ଆଧାରରେ ପୁଲିସ ମନୋରାଜକୁ ଗିରଫ କରିଥିଲା। 

ପଢନ୍ତୁ- ଶେଷରେ ମୁସଲମାନ ଠିକାଦାରଙ୍କୁ ୪% ସଂରକ୍ଷଣ ଦେଲେ କର୍ଣ୍ଣାଟକ ସରକାର, ବିଧାନସଭା ବଜେଟ ଅଧିବେଶନ ଶେଷ

ଶୁକ୍ରବାର ଏହି ମାମଲାର ଶୁଣାଣି କରୁଥିବା ଥାଲାସେରି ପ୍ରିନ୍ସିପାଲ୍ ଜିଲ୍ଲା ଏବଂ ସେସନ୍ସ କୋର୍ଟ ଜଜ୍ କେଟି ନିସାର ଅହମ୍ମଦ ଏହି ରାୟ ପ୍ରଦାନ କରିଛନ୍ତି। ମାର୍ଚ୍ଚ ୨୪ ତାରିଖରେ ଏହି ହତ୍ୟାକାଣ୍ଡ ପାଇଁ କୋର୍ଟ ଦଣ୍ଡବିଧାନ ଘୋଷଣା କରିବେ। ସରକାରୀ ଓକିଲଙ୍କ ଯୁକ୍ତି ଅନୁସାରେ ସୁରଜ ସିପିଆଇ(ଏମ୍) ଛାଡି ବିଜେପିରେ ଯୋଗଦେବା ପରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଯୋଗୁ ତାଙ୍କୁ ଟାର୍ଗେଟ କରାଯାଇଥିଲା। ରୁଜୁ ହୋଇଥିବା ମାମଲାର ଅନୁଯାୟୀ, ୭ ଅଗଷ୍ଟ ୨୦୦୫ରେ ସକାଳ ପ୍ରାୟ ୮.୪୦ ସମୟରେ, ମୁଜାପିଲାଙ୍ଗଡ ଟେଲିଫୋନ ଏକ୍ସଚେଞ୍ଜ ନିକଟରେ ଆକ୍ରମଣକାରୀଙ୍କ ଏକ ଦଳ  ଅଟୋରିକ୍ସାରେ ଆସି ସୂରଜଙ୍କୁ ହାଣି ହତ୍ୟା କରିଥିଲେ।

ଘଟଣା ୨୦୦୫ରୁ କୋର୍ଟରେ ବିଚାରାଧୀନ ଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ୧୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା। ସେହିପରି ଅନ୍ୟ ଦୁଇଜଣଙ୍କର ବିଚାର ସମୟରେ ମୃତ୍ୟୁ ହୋଇଥିଲା। ଘଟଣାକୁ ୨୦ ବର୍ଷ ବିତିବାକୁ ଥିବା ବେଳେ ଶୁକ୍ରବାର(୨୧ ମାର୍ଚ୍ଚ ୨୦୨୫) କେରଳର ଏକ କୋର୍ଟ ବଞ୍ଚିଥିବା ବାକି ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଯାହାଙ୍କର ଦଣ୍ଡବିଧାନ ଆସନ୍ତା ୨୪ ତାରିଖରେ ହେବ। 

ପଢନ୍ତୁ- ଦିଶା ସାଲିଆନଙ୍କୁ ଗଣଦୁଷ୍କର୍ମ ହୋଇଛି, ଆଦିତ୍ୟ ଠାକରେଙ୍କ ବିରୋଧରେ ପ୍ରତ୍ୟକ୍ଷଦର୍ଶୀ ଅଛନ୍ତି: ଓକିଲ

ଏହି ରାୟ ଦୀର୍ଘ ୨୦ ବର୍ଷ ପରେ ଆସିଥିଲେ ବି କେରଳ ରାଜନୈତିରେ ଏହା ଗଭୀର ପ୍ରଭାବ ପକାଇବ। ରାଜନୈତିକ ହିଂସାର ଇତିହାସ ଥିବା ରାଜ୍ୟ କେରଳରେ ଏହି ମାମଲା ରାଜନୈତିକ ବିବାଦର ଏକ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ହୋଇ ରହିଥିଲା। ଏବେ ଏହି ରାୟ ବିଜେପି ସପକ୍ଷରେ ଯିବା ପରେ ବିଶେଷକରି କନ୍ନୁର ଜିଲ୍ଲାରେ ରାଜନୈତିକ ପ୍ରଭାବ ପଡ଼ିବାର ଆଶଙ୍କା କରାଯାଉଛି।  

ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରୀରେ, କେରଳର ଏକ ସେସନ୍ସ କୋର୍ଟ ୨୦୨୧ ମସିହାରେ ବିଜେପି ନେତା ରଞ୍ଜିତ ଶ୍ରୀନିବାସନଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ ୧୫ ଜଣ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ସମସ୍ତ ୧୫ ଜଣ ଅଭିଯୁକ୍ତ ବର୍ତ୍ତମାନ ବ୍ୟାନ୍ ହୋଇଥିବା ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (PFI) ସହିତ ଜଡିତ ଥିଲେ। ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ରଞ୍ଜିତ ଶ୍ରୀନିବାସନଙ୍କୁ ୧୯ ଡିସେମ୍ବର ୨୦୨୧ରେ ତାଙ୍କ ପରିବାର ସମ୍ମୁଖରେ ଘରେ ନିର୍ମମ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିଲା। ଯାହା ସେତେବେଳେ ପ୍ରବଳ ରାଜନୈତିକ ଅସନ୍ତୋଷ ସୃଷ୍ଟି କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.