LIVE TV

ଝାଡ଼ଖଣ୍ଡରୁ ଭୁବନେଶ୍ବର ଲମ୍ବିଛି ରେଡ୍ ଲାଇଟ୍ କରିଡର, CAWର ୩ ଜଣ ଡିଏସ୍‌ପି ତଦନ୍ତରେ ସାମିଲ

NEWS7
pig-madaka-bhadrak-causse-is-unknown

ଭୁବନେଶ୍ବର ୨୧୧୦: ଭୁବନେଶ୍ବରରେ ନାବାଳିକା ଦୁଷ୍କର୍ମ ଘଟଣା ପରେ ଯେଉଁ ବଡ଼ ସେକ୍ସରାକେଟର ଗୁମର ଖୋଲିଥିଲା ଏହାର ତନାଘନା ଜୋରଦାର କରିଛି କ୍ରାଇମବ୍ରାଞ୍ଚ କିଛି ବଡ଼ ସୁରାକ ଲାଗିଛି ଯାହାକୁ ଦେଖି ଏହାକୁ ରେଡ୍‌ ଫ୍ଲାଗ ଅନ୍ତର୍ଭୁକ୍ତ କରିଛି ପୋଲିସ ଅର୍ଥାତ ତିନି ମାସ ମଧ୍ୟରେ ଦୁଷ୍କର୍ମ ମାମଲାର ଚାର୍ଜସିଟ୍ କୋର୍ଟରେ ଦାଖଲ କରିବ ପୋଲିସ ତଦନ୍ତରେ ସାମିଲ ହୋଇଛନ୍ତି କ୍ରାଇମ ଏଗେନଷ୍ଟ ୱିମେନ CAWର ତିନି ଅଧିକାରୀ ସିଏଡବ୍ଲୁ ଡିଏସପି କ୍ୟାପିଟାଲ ଥାନାର ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତର ଅଗ୍ରଗତି ସଂପର୍କରେ ପଚାରି ବୁଝିଛନ୍ତି  

ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେଉଁ ଘରେ ସେକ୍ସ ରାକେଟ ଠାବ ହୋଇଥିଲା  ସେହିଘରୁ ଏଡସ୍‌ ମେଡିସିନ ଜବତ ହୋଇଛି  ଏହି ମେଡିସିନ କୋଲକାତାରୁ କିଣା ଯାଇଥିଲା ତେଣୁ ପ୍ରଶ୍ନ ଉଠୁଛି ସେକ୍ସ ରାକେଟରେ ଉଦ୍ଧାର ହୋଇଥିବା କେହି ଏଡସ ରୋଗରେ ଆକ୍ରାନ୍ତ ଥିଲେ କି ଯଦି କେହି ଏଡସ୍ରେ ଆକ୍ରାନ୍ତ ଥିଲେ ତାଙ୍କ ମାଧ୍ୟମରେ କେତେ ଜଣଙ୍କୁ HIV ସ୍ପ୍ରେଡ ହୋଇଥିବ ସେମାନଙ୍କୁ ଠାବ କରାଯାଇପାରିବ କି ? ଲକ୍ଷ୍ମୀସାଗର ସେକ୍ସ ରାକେଟରେ ଏଡସ ରୋଗୀ ଥିବା ସନ୍ଦେହ ହେବା ପରେ ଏବେ ଭିତରେ ଭିତରେ ଚାପା ଗୁଞ୍ଜରଣ ଚାଲିଲାଣି  

ଅନ୍ୟପଟେ ଏବେବି ପୋଲିସ ହାତରେ ଧରାପଡିନାହିଁ ସେକ୍ସ ରାକେଟ୍ ପରିଚାଳନା କରୁଥିବା ବାରିକ ବାବୁ ବାରିକ ବାବୁକୁ ଧରିବା ପାଇଁ କ୍ୟାପିଟାଲ ଥାନା ପୋଲିସ ସହିତ ଲକ୍ଷ୍ମୀସାଗର ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି  BNS 183ରେ ନାବାଳିକାର ବୟାନ କୋର୍ଟରେ ରେକର୍ଡ କରାଯିବ ଏଥିରୁ ବହୁ ଗୁମର ଖୋଲିବା ସମ୍ଭାବନା ରହିଛି ସେହିପରି ଉଦ୍ଧାର ହୋଇଥିବା ଯୁବତୀ ମାନଙ୍କୁ ସେମାନଙ୍କ ଘରକୁ ପଠାଇବା ପାଇଁ କୋର୍ଟର ନିର୍ଦ୍ଦେଶକୁ ଅପେକ୍ଷା କରିଛି ପୋଲିସ