LIVE TV

ଚୌଦ୍ୱାର ଜେଲ୍‌ରୁ ଦୁଇ କଏଦୀ ଫେରାର, ସ୍ପେଶାଲ ସେଲ୍ ଗ୍ରୀଲ୍ କାଟି ପାଚେରୀ ଡେଇଁ ଫେରାର ସୂଚନା

NEWS7
petrol-and-diesel-price-may-cut-down-after-crude-oil-price-decreases

କଟକ ୩୧୦: ଚୌଦ୍ୱାର ଜେଲ୍‌ରୁ ଦୁଇ କଏଦୀ ଫେରାର । ଦୁଇ କଏଦୀ ହେଲେ ବିହାର ଅଞ୍ଚଳର କିଛି ଦିନ ତଳେ ପାଣିକୋଇଲି ଅଞ୍ଚଳରୁ ଏକ ସୁନା ଦୋକାନରୁ ସୁନା ଚୋରି ଓ ହତ୍ୟା ମାମଲାରେ ବିଚାରାଧୀନ କଏଦୀ ଭାବରେ ଜେଲ୍‌ରେ ଥିଲେସ୍ପେଶାଲ ସେଲ୍‌ ଗ୍ରୀଲ୍ କାଟି ଏକ ବାଉଁଶ ସାହାଯ୍ୟରେ ପାଚେରୀ ଡେଇଁ ଫେରାର ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଚୌଦ୍ବାର ପୋଲିସ ତନାଘନା ଜାରି ରଖିଛି । ଏବେ ଜେଲ୍ ଡିଜି, ଅନୁସନ୍ଧାନକାରୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଜେଲ୍‌ରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି ।