ମୁସ୍ତାଫିଜୁରଙ୍କୁ ନେଇ ବିବାଦ ମଧ୍ୟରେ ବାଂଲାଦେଶ କ୍ରିକେଟ ବୋର୍ଡର ବଡ଼ ଘୋଷଣା

NEWS7
people-feel-shame-go-to-park-in-bhubaneswar

ନୂଆଦିଲ୍ଲୀ: ମୁସ୍ତାଫିଜୁର ରେହମାନଙ୍କୁ ନେଇ କୋଲକାତା ନାଇଟ୍ ରାଇଡର୍ସ ଏବଂ ଶାହରୁଖ ଖାନ ବିବାଦରେ । ଆଉ ଏହାରି ଭିତରେ ବାଂଲାଦେଶ କ୍ରିକେଟ ବୋର୍ଡ ବଡ଼ ଘୋଷଣା କରିଛି । ବାଂଲାଦେଶରେ ହିନ୍ଦୁଙ୍କୁ ହତ୍ୟା କରାଯାଉଛି । ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କିନ୍ତୁ ଏହାରି ମଧ୍ୟରେ, ଭାରତୀୟ କ୍ରିକେଟ ଟିମ୍ ସହ ସିରିଜ୍ ଲାଗି ତାରିଖ ଘୋଷଣା କରିଛି ବାଂଲାଦେଶ କ୍ରିକେଟ ବୋର୍ଡ । ଭାରତ ସହ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ଟି-୨୦ ସିରିଜ୍ ଖେଳାଯିବ ବୋଲି ବାଂଲାଦେଶ ଘୋଷଣା କରିଛି ।

ଏହା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ବାଂଲାଦେଶୀ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ମିନି ଅକ୍ସନରେ କ୍ରୟ କରିଥିଲା । ବାଂଲାଦେଶ ସହ ତିକ୍ତତା ବୃଦ୍ଧି ପାଇବା ପରେ ଏବେ ଫ୍ରାଞ୍ଚାଇଜର ମାଲିକ ଶାହରୁଖ ଖାନଙ୍କୁ ଟାର୍ଗେଟ କରୁଛନ୍ତି ନେତା ଏବଂ ବିଭିନ୍ନ ଧର୍ମଗୁରୁ । ଯଦିଓ ସିରିଜ୍ ନେଇ ବାଂଲାଦେଶ କ୍ରିକେଟ ବୋର୍ଡ ତାରିଖ ଘୋଷଣା କରିଛି, କିନ୍ତୁ ବିସିସିଆଇ ଟିମ୍ ପଠାଇବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ବାଂଲାଦେଶ କ୍ରିକେଟ୍ ବୋର୍ଡର ଘୋଷଣା ଅନୁଯାୟୀ, ତିନୋଟି ଦିନିକିଆ ମ୍ୟାଚ୍ ସେପ୍ଟେମ୍ବର ୧, ୩ ଏବଂ ୬ ତାରିଖରେ ଖେଳାଯିବ । ଟି-୨୦ ସେପ୍ଟେମ୍ବର ୯, ୧୨ ଏବଂ ୧୩ ତାରିଖରେ ଖେଳାଯିବ। ଭାରତୀୟ ଦଳ ସୀମିତ ଓଭର ମ୍ୟାଚ୍ ପାଇଁ ଅଗଷ୍ଟ ୨୮ ତାରିଖରେ ବାଂଲାଦେଶରେ ପହଞ୍ଚିବ। ଗତ ବର୍ଷ ଜୁଲାଇରେ, ଭାରତର ବାଂଲାଦେଶ ଗସ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରାଯାଇଥିଲା ଏବଂ ଛଅ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଲାଗି ଗସ୍ତକୁ ଗୋଟିଏ ବର୍ଷରୁ ଅଧିକ ସମୟ ପାଇଁ ସ୍ଥଗିତ ରଖାଯାଇଥିଲା।

ବିସିସିଆଇ ଗତ ଜୁଲାଇରେ ଏକ ବିବୃତ୍ତିରେ ସୂଚନା ଦେଇଥିଲା, ‘ବାଂଲାଦେଶ କ୍ରିକେଟ୍ ବୋର୍ଡ ଏବଂ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଅଗଷ୍ଟ ୨୦୨୫ ରୁ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ତିନୋଟି ଦିନିକିଆ ଏବଂ ତିନୋଟି ଟି୨୦ ସରିଜ୍ ସ୍ଥଗିତ ରଖିବାକୁ ରାଜି ହୋଇଛନ୍ତି।’ ଦୁଇ ଦଳର ଅନ୍ତର୍ଜାତୀୟ କାର୍ଯ୍ୟସୂଚୀକୁ ନଜରରେ ରଖି ସିରିଜ ସ୍ଥଭିତ ରଖାଯାଇଛି ବୋଲି ବିସିସିଆଇ ଯୁକ୍ତି ଦେଇଥିଲା । ବିସିସିଆଇ ଆହୁରି କହିଥିଲା ଯେ, ବିସିବି ବହୁପ୍ରତିକ୍ଷୀତ ସିରିଜ୍ ଲାଗି ସେପ୍ଟେମ୍ବର ୨୦୨୬ରେ ଭାରତୀୟ ଟିମକୁ ସ୍ବାଗତ କରିବାକୁ ଉତ୍ସୁକ । ଏହି ଗସ୍ତ ଲାଗି ସଂଶୋଧିତ ତାରିଖ ଖୁବଶୀଘ୍ର ଘୋଷଣା କରାଯିବ ।

ସୂଚନାଯୋଗ୍ୟ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ନିଲାମୀରେ ବାଂଲାଦେଶର ପେସର ମୁସ୍ତାଫିଜୁର ରେହମାନଙ୍କୁ ସାଇନ୍ କରିବା ପରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିବାଦ ଘେରକୁ ଆସିଛି । ଏବେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ବାରମ୍ବାର ହିଂସାତ୍ମକ ଘଟଣା ଘଟୁଛି । ଏହାକୁ ନେଇ ଭାରତରେ ଅସନ୍ତୋଷ ବୃଦ୍ଧି ପାଇଛି । ତେଣୁ ମୁସ୍ତାଫିଜୁର ୨୦୨୬ ଆଇପିଏଲରେ ଖେଳିବା ଉଚିତ ନୁହେଁ ବୋଲି ଦାବି ହୋଇଛି । ଗତ ମାସରେ, ଆବୁଧାବିରେ ମିନି-ନିଲାମୀ ସମୟରେ ମୁସ୍ତାଫିଜୁରଙ୍କ ପାଇଁ ଚେନ୍ନାଇ ଏବଂ କେକେଆର୍ ମଧ୍ୟରେ ଏକ ଲଢ଼େଇ ହୋଇଥିଲା। ଶେଷରେ, ୩୦ ବର୍ଷୀୟ ଖେଳାଳି, ଯାହାଙ୍କର ମୂଳ ମୂଲ୍ୟ ୨ କୋଟି ଟଙ୍କା ଥିଲା, ତାଙ୍କୁ କୋଲକାତା ୯.୨୦ କୋଟି ଟଙ୍କାରେ କିଣିଥିଲା । ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ବାଂଲାଦେଶୀ ଖେଳାଳି ହୋଇ ରେକର୍ଡ କରିଥିଲେ ମୁସ୍ତାଫିଜୁର ।