ନିରାଶ ହେବେ RCB ଫ୍ୟାନ୍ସ, ଏଥର ଚାମ୍ପିଅନ୍ ହେବନି ରୟାଲ ଚ୍ୟାଲେଞ୍ଜର୍ସ ! ଅନୁମାନ ପଛରେ ଭୟଙ୍କର ଇତିହାସ

NEWS7
people-are-celebrating-saraswatipuja-

ନୂଆଦିଲ୍ଲୀ, ୧୪ /୦୩: ମାର୍ଚ୍ଚ ୨୮ରୁ ଆରମ୍ଭ ହେବ ଆଇପିଏଲ । ଟୁର୍ଣ୍ଣାମେଣ୍ଟର୧୯ତମ ସିଜିନ୍ ପାଇଁ ଫ୍ୟାନ୍ସ ଉତ୍ସାହିତ ଅଛନ୍ତି । ପଡିଆରେ ନିଜ ଫେଭରେଟ୍ କ୍ରିକେଟର ରୋହିତ ଶର୍ମା, ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନୀଙ୍କୁ ଦେଖିବାକୁ ସେମାନେ ଅନାଇ ବସିଛନ୍ତି । ତେବେ ଓପନିଂ ମୁକାବିଲାରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚ୍ କର୍ଣ୍ଣାଟକର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ଗତ ସିଜିନରେ ଆରସିବି ଚାମ୍ପିଅନ୍ ହୋଇଥିଲା । ଚଳିତ ଥର ମଧ୍ୟ ଦଳ ବିଜେତା ହେବ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି ।

ଆଇପିଏଲ ଓପନିଂ ମ୍ୟାଚ୍ ର ଖରାପ ରେକର୍ଡ

ଇତିହାସକୁ ଦେଖିଲେ ଓପନିଂ ମ୍ୟାଚ୍ ଖେଳୁଥିବା ଟିମ୍ ନିରାଶ ହୋଇଥାଏ ।୨୦୦୮ରୁ ଏବେସୁଦ୍ଧା୧୮ଟି ସିଜିନ୍ ଖେଳାଯାଇଛି । କିନ୍ତୁ ଏହି ସିଜିନରେ ମାତ୍ରଥର ଓପନିଂ ମ୍ୟାଚ୍ ଖେଳିଥିବା ଟିମ୍ ଚାମ୍ପିଅନ୍ ହୋଇଛି । ଅର୍ଥାତ୧୧ଥର ଓପନିଂ ମ୍ୟାଚ୍ ଖେଳିଥିବା ଦଳକୁ ନିରାଶ ହେବାକୁ ପଡିଛି ।

ସବୁଠାରୁ ରୋଚକ କଥା ହେଉଛି ଯେ, ଓପନିଂ ମ୍ୟାଚ୍ ଜିତିବା ଚାମ୍ପିଅନ୍ ହେବାର ଗ୍ୟାରେଣ୍ଟି ପ୍ରଦାନ କରିନଥାଏ ।୨୦୧୧,୨୦୧୪,୨୦୧୮ଏବଂ୨୦୨୫ରେ ଓପନିଂ ମ୍ୟାଚ୍ ଜିତିଥିବା ଟିମ୍ ଆଇପିଏଲବିଜେତାହୋଇଛି । ମାତ୍ରଥର ଏହା ସମ୍ଭବ ହୋଇପାରିଛି । ସେହିପରି ମାତ୍ରଥର ଅର୍ଥାତ୨୦୧୫,୨୦୨୦ଏବଂ୨୦୨୩ରେ ଓପନିଂ ମ୍ୟାଚ୍ ହାରିଥିବା ଟିମ୍ ହିଁ ଟ୍ରଫି ହାତେଇଛି ।

ସେହିପରି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍ଥର ଲେଖାଏଁ ଚାମ୍ପିଅନ୍ ହୋଇଛନ୍ତି । କୋଲକାତା ନାଇଟ୍ ରାଇଡର୍ସ ତିନି ଥର ଚାମ୍ପିଅନ୍ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ରାଜସ୍ଥାନ ରୟାଲ୍ସ, ଗୁଜୁରାଟ ଟାଇଟନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ଥରୁଟିଏ ଆଇପିଏଲ୍ ବିଜୟୀ ହୋଇଛନ୍ତି ।