ୱାସିଂଟନ ଡିସି ୨୨।୬: ଆମେରିକା ଡିଫେନ୍ସ ସେକ୍ରେଟାରୀ ପିଟ୍ ହେଗସେଥ୍ ରବିବାର ଇରାନର ପରମାଣୁ ଆଡ୍ଡା ଉପରେ ଆମେରିକାର ଆକ୍ରମଣକୁ ‘ଅବିଶ୍ୱସନୀୟ ଓ ବଡ଼ ସଫଳତା’ ବୋଲି କହିଛନ୍ତି। ସେ କହିଛନ୍ତି ଆମେରିକା ଆକ୍ରମଣରେ ତେହେରାନର ପରମାଣୁ ମହତ୍ୱକାଙକ୍ଷା ଧୂଳିସାତ ହୋଇଯାଇଛି। ଶୀର୍ଷ ସୈନ୍ୟ ଅଧିକାରୀ ଡେନ କେନ୍ ଆମେରିକାର ଏହି ଅପରେସନ ବିବରଣୀ ଦେଇଛନ୍ତି।
ସେ କହିଛନ୍ତି ଯେ ଅପରେସନରେ ୧୪ ବଙ୍କର ବଷ୍ଟର ବୋମା ସହିତ ୨୪ରୁ ଅଧିକ ଟମ ହକ୍ ମିଜାଇଲ ଓ ୧୨୫ରୁ ଅଧିକ ଲଢୁଆ ବିମାନ ବ୍ୟବହାର କରାଯାଇଥିଲା। ତେବେ ଏହି ଆକ୍ରମଣର ଉଦ୍ଦେଶ୍ୟ ଇରାନର କ୍ଷମତା ପରିବର୍ତ୍ତନ ନୁହେଁ ବୋଲି ହେଗସେଥ୍ ସ୍ପଷ୍ଟ କରିଦେଇଛନ୍ତି। ସେହିପରି ଏହି ଆକ୍ରମଣର ଲକ୍ଷ୍ୟ ଇରାନ ସୈନିକ ଅଥବା ଜନତା ନଥିଲେ, କିନ୍ତୁ ଇରାନର ପରମାଣୁ ମହତ୍ୱକାଙକ୍ଷା ନଷ୍ଟ ହୋଇଯାଇଛି ବୋଲି କହିଛନ୍ତି।
HEGSETH: “We give glory to God for His providence and continue to ask for His protection.”
— Overton (@overton_news) June 22, 2025
At the Pentagon, Secretary Pete Hegseth reinforced two things: America doesn’t seek war, but it won’t hesitate to act when necessary.
“As President Trump has stated, the United States… pic.twitter.com/Jeaw8eqW9x
ହେଗସେଥ୍ କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ କ’ଣ କହୁଛନ୍ତି ତାକୁ ବିଶ୍ୱ ସୁଣିବା ଦରକାର। ଏଥି ପାଇଁ ରାଷ୍ଟ୍ରପତି ଯେଉଁ ଅପରେସନ ଯୋଜନା କରିଥିଲେ ତାହା ଦୁଃସାହାସିକ ଓ ଉଲ୍ଲେଖନୀୟ ଥିଲା। ଏଥିରୁ ସାରା ବିଶ୍ୱ ଦେଖିଲା ଆମେରିକାର ପ୍ରତିରୋଧ କ୍ଷମତା ପୁଣି ଫେରି ଆସିଛି। ହେଗସେଥ୍ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ଶାନ୍ତି ଚାହୁଁଛନ୍ତି, ଏଣୁ ଇରାନକୁ ସେହି ରାସ୍ତା ଆପଣେଇବାକୁ ପଡିବ। ସେ କହିଛନ୍ତି ଯେ ଏହି ଅପରେସନର ଉଦ୍ଦେଶ୍ୟ ଶାସନ ପରିବର୍ତ୍ତନ ପାଇଁ ନଥିଲା କି ନୁହେଁ।
ତେବେ ରାଷ୍ଟ୍ରପତି ଇରାନର ପରମାଣୁ କାର୍ଯ୍ୟକ୍ରମ ଓ ଆମର ସୈନିକ ଏବଂ ଆମର ସହଯୋଗୀ ଇସ୍ରାଏଲର ସାମୂହିକ ଆତ୍ମରକ୍ଷା ଦ୍ୱାରା ଆମର ଜାତୀୟ ସୁରକ୍ଷା ପାଇଁ ଉପୁଜିଥିବା ବିପଦକୁ ପ୍ରଭାବହୀନ କରିବା ପାଇଁ ଏକ ସଠିକ ଅପରେସନ ଅଧିକୃତ କରିଥିଲେ। ପେଣ୍ଟାଗନ କହିଛି ଯେ ଆମେରିକା ସେନା ଆମର ବୋମାବର୍ଷି ବିମାନଙ୍କୁ ବଞ୍ଚାଇବା ପାଇଁ ଛଳ, କପଟ ଓ ଲଢୁଆ ବିମାନର ଉପଯୋଗ କରିଥିଲା, ଯେଉଁଗୁଡିକ ୧୪ଟି ବଙ୍କର ବଷ୍ଟର ବୋମା ପକାଇଛନ୍ତି। ହେଲେ ଏବେବି ଅନେକ ଲକ୍ଷ୍ୟ ବାକି ଅଛି, ଯଦି ଶାନ୍ତି ଶୀଘ୍ର ନ ଆସେ ଆମେରିକା ତା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରିପାରୁ।