'ଯୋଜନା ମାଳମାଳ, ହେଲେ କିଛି ମୂଲ୍ୟ ନାହିଁ'; ଆୟୁଷ୍ମାନକୁ ନେଇ ଏମିତି କହିଲେ ପିସିସି ସଭାପତି

Published By : Prameya-News7 Bureau | April 11, 2025 IST

ଭୁବନେଶ୍ବର:  ବିଜେପି କେବଳ ହୋହଲ୍ଲା କରୁଛି । ସରକାର ଅନେକ ଯୋଜନା କରିଛି । ଖାଲି କହୁଛନ୍ତି, ୧୦ ହଜାର କୋଟି ଆଉ ୨୦ ହଜାର କୋଟି, ହେଲେ ଏହାର କିଛି ମୂଲ୍ୟ ନାହିଁ । ଆୟୁଷ୍ମାନ ଯୋଜନାରେ ସେଥିରୁ ଗୋଟିଏ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ନେଇ ଏଭଳି କିଛି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।

ଅନ୍ୟପଟେ କଂଗ୍ରେସ ଆନ୍ଦୋଳନ ବେଳେ ହୋଇଥିବା ସଂଘର୍ଷକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଭକ୍ତ ଦାସ  । ସେ କହିଛନ୍ତି, ବିଜେପି ସରକାର ମିଛ କହୁଛନ୍ତି । ହଜାର ହଜାର ଏତଲା ହୋଇଥିବା ବିଜେପି ପାର୍ଟି ପକ୍ଷରୁ କୁହାଯାଇଛି । ମାତ୍ର ଏହା ସବୁ ମିଥ୍ୟ ବୋଲି କହିଛନ୍ତି ପିସି ସଭାପତି । ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି, ପୋଲିସ କ’ଣ ତାଙ୍କର ଇନଷ୍ଟ୍ରୁମେଣ୍ଟ କି ? ଦୁର୍ଭାଗ୍ୟର କଥା, ୨ରୁ ୩ଜଁ କଂଗ୍ରେସକର୍ମୀକୁ ବିନା କାରଣରେ ପୋଲିସ ନେଇଯାଇଛି । ଆନ୍ଦୋଳନ ସହିତ ସେମାନଙ୍କକ କୌଣସି ଭୂମିକା ନାହିଁ । ପୋଲିସ ଉପରେ ଶାସକ ଦଳ ଚାପ ପକାଉଥିବା ଅଭିଯୋଗ କହିଛନ୍ତି ଭକ୍ତ ଦାସ । ABVP ପିଲାଙ୍କ ଅଶାରାରେ କଂଗ୍ରେସକର୍ମୀଙ୍କୁ ଗିରଫ କରାଯାଇଛି l ଆମେ ମଧ୍ୟ କେଶ୍ କରି ପାରିବୁ ହେଲେ ଆମେ ଏହା କରିବୁନି । କାରଣ ପୋଲିସ ମନୋବଳ ଭାଙ୍ଗିଯିବ ବୋଲି ପିସିସି ଭକ୍ତ ଦାସ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.