ଦୁଇ ପୁଅ ମିଶିବା ପରେ ପ୍ରଫୁଲ୍ଲ ସାମଲଙ୍କ ବଡ଼ ବୟାନ, ରାଜନୀତିରେ ବାପ ପୁଅ ସମ୍ପର୍କ ନାହିଁ

NEWS7
pcc-president-and-odisha-prabhari-visit-badachana

ଭୁବନେଶ୍ଵର: ମୁଖ୍ୟ ବିରୋଧୀ ଦଳ ବିଜେଡି ଲାଗିଛି ଝଟକା। ବିଜେପିର ବଡ଼ ମିଶ୍ରଣ ପର୍ବରେ ଆଜି ପଦ୍ମ ଧରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ଭଦ୍ରକ ଜିଲ୍ଲାର ଟାଣୁଆ ନେତା ପ୍ରଫୁଲ ସାମଲଙ୍କ ଦୁଇ ପୁଅ ପ୍ରୟାସକାନ୍ତି ଓ ପ୍ରଣିତକାନ୍ତି ସାମଲ୍। ଏହା ସହ ଭଦ୍ରକରେ ବିଜେଡି ଭୁଶୁଡ଼ୁଛି। ଦୁଇ ପୁଅ ବିଜେପିରେ ମିଶିବା ପରେ ବାପା ପ୍ରଫୁଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଯେଉଁମାନେ ଦଳ ଛାଡ଼ିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ କହିଛନ୍ତି।

ପ୍ରଫୁଲ୍ଲ କହିଛନ୍ତି, ରାଜନୀତି ରେ ପୁଅ ଓ ବାପା ସମ୍ପର୍କ ନାହିଁ । ରାଜନୀତିରେ ଆଦର୍ଶର ସମ୍ପର୍କ ଥାଏ। ଏହି ବିଷୟରେ ଦଳର ନେତାଙ୍କ ସହ କଥା ହୋଇଛି । ଦଳର ସମ୍ମାନ କ୍ଷୁର୍ଣ୍ଣ ହେବ ନାହିଁ । ଯେଉଁ ମାନେ ବିଜେଡି ଦଳ ଛାଡ଼ିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ।

ସୂଚନାଯୋଗ୍ୟ, ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶନିବାର ବଡ଼ ଧରଣର ମିଶ୍ରଣ ପର୍ବ ଆୟୋଜିତ ହୋଇଛି। ବାଜା ବଜାଇ, ବାଣ ଫୁଟାଇ ଶତାଧିକ ସମର୍ଥକଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ ପ୍ରୟାସକାନ୍ତି ସାମଲ । ଭଦ୍ରକ ଜିଲ୍ଲାର ଟାଣୁଆ ବିଜେଡ଼ି ନେତା ତଥା ବିଜେଡ଼ି ଉପ ସଭାପତି ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ପ୍ରୟାସକାନ୍ତି ସାମଲ ଓ ପ୍ରଣିତକାନ୍ତି ସାମଲଙ୍କ ସହ ଭଦ୍ରକ, ବନ୍ତ, ଭଣ୍ଡାରୀପୋଖରୀ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ବିଜେପିରେ ମିଶିଛନ୍ତି ।

ସେହିପରି ବିଜେଡି ଛାଡିଥିବା ଭଦ୍ରକ, ବନ୍ତ, ଭଣ୍ଡାରୀପୋଖରୀ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷଙ୍କ ସମେତ ବହୁ ସରପଞ୍ଚ ସମିତି ସଭ୍ୟ ମଧ୍ୟ ପଦ୍ମ ଧରିଛନ୍ତି । ଏହାସହ ଭଦ୍ରକ ଜିଲ୍ଲାର ବିଜେଡ଼ିର ବହୁ ଜିଲ୍ଲା ଏବଂ ବ୍ଲକ୍ ସ୍ତରୀୟ ନେତା ବିଜେପିରେ ଯୋଗଦେଲେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦାନ କରିଛନ୍ତି ।