LIVE TV

ଜମ୍ମୁ-କାଶ୍ମୀର : ଥାନାରେ ଭୟଙ୍କର ବିସ୍ଫୋରଣ, ୭ ମୃତ

NEWS7
patnagarh-parcel-bomb-case-government-lawyers-arguments-postponed-to-9th-may

ଶ୍ରୀନଗର, ୧୫|୧୧: ଜମ୍ମୁ-କାଶ୍ମୀରରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ଥରିଲା ଦକ୍ଷିଣ ଶ୍ରୀନଗର । ଶୁକ୍ରବାର ରାତିରେ ଶ୍ରୀନଗରର ନୋଗାମ ଥାନାରେ ବିସ୍ଫୋରଣ ହୋଇଛି । ଯେଉଁଥିରେ ୭ ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି ।

ଶୁକ୍ରବାର ରାତିରେ କାଶ୍ମୀରରେ ଯାହା ଘଟିଥିଲା ତାହା କେହି ଅନୁମାନ କରିପାରିନଥିଲେ । ରାତି ପ୍ରା.ୟ ୧୧ଟା ୨୨ରେ ନୋଗାମ ଥାନାରେ ପ୍ରବଳ ନିଆଁ ଜଳିଥିଲା । ଏପରିକି ଭୟଙ୍କର ଶବ୍ଦ ହୋଇଥିଲା । ପରିସ୍ଥିତି ଏମିତି ଥିଲା ଯେ ୩୦୦ ମିଟର ମଧ୍ୟରେ ଥିବା ବଡ ବଡ କୋଠା ମଧ୍ୟ ଥରି ଉଠିଥିଲା । ଆହୁରି ମଧ୍ୟ ମୃତକଙ୍କ ଶରୀରର ହାତ ଏବଂ ଗୋଡ ବହୁ ଦୂରରେ ପଡିଥିବା ଦଖିବାକୁ ମିଳିଥିଲା ।

ସିସିଟିଭି ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ହେଲା, ଜୋରଦାର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଅଞ୍ଚଳ ପ୍ରବଳ ଧୂଆମୟ ହୋଇଯାଇଥିଲା । ଉଦ୍ଧାରକାରୀ ଟିମ୍ ପ୍ରାୟ ଏକ ଘଂଟା ପରେ ଘଟଣାସ୍ଥଳକୁ ଯାଇପାରିଥିଲା ।

ପୋଲିସର କହିବାନୁସାରେ, ବିସ୍ଫୋରଣର କାରଣ ଜଣା ପଡି ନାହିଁ । ଏହା ପଛରେ ଦୁଇଟି କାରଣ ଥାଇପାରେ । ଥାନାରେ ୩୬୦କେଜିର ଆମୋନିୟମ ନାଇଟ୍ରେଟ୍ ଥିଲା । ଯାହା ବିସ୍ଫୋରଣର କାରଣ ହୋଇପାରେ । ଅନ୍ୟ ଦିଗରେ ଏହା ଆତଙ୍କବାଦୀ ଆକ୍ରମଣ ହୋଇପାରେ । କାରଣ ସେଠାରେ ଏକ କାରରେ ଆଇଇଡି ବ୍ୟବହାର କରାଯାଇ ଆତଙ୍କବାଦୀମାନେ ଏତେ ବଡ ଅଘଟଣ ଘଟାଇଥାଇପାରନ୍ତି ।

ତେବେ ଜୈଶ ଏ ଅହମ୍ମଦର ପିଏଏଫଏଫ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ବେଳେ ଏହାତ ସତ୍ୟତା ଯାଞ୍ଚ୍ କରାଯାଉଛି ।