INS ଚିଲିକାରେ ୭ମ ବ୍ୟାଚ ଅଗ୍ନିବୀରଙ୍କର ପାସିଙ୍ଗ ଆଉଟ୍ ପରେଡ ଅନୁଷ୍ଠିତ

NEWS7
patkura-ac-election-vote-counting-bjp-candidate-bijoy-mahapatra-trailing-till-6th-round

ଖୋର୍ଦ୍ଧା: ୭ମ ବ୍ୟାଚ୍ ଅଗ୍ନିବୀରଙ୍କର ୨୦୨୫ବର୍ଷର ଦ୍ଵିତୀୟ ବ୍ୟାଚ ପାସିଂ ଆଉଟ୍ ଆଇଏନଏସ ଚିଲିକା ଠାରେ ଅନୁଷ୍ଠିତ ହୋଇଛି । ଏହି ପ୍ୟାରେଡ ସମାରୋହରେ ୨ ହଜାର ୧୦୩ ଅଗ୍ନିବୀର, ଯେଉଁଥିରେ ୧୧୩ ଜଣ ମହିଳା ଅଗ୍ନିବୀର ରହିଛନ୍ତି । ସେହିଭଳି ୨୭୦ ସିନିୟର ସେକେଣ୍ଡାରୀ ରିକ୍ରୁଟ୍ ବା ମେଡିକାଲ ଆସିଷ୍ଟାଣ୍ଟ, ୪୪ କ୍ରୀଡ଼ା କୋଟା ନାବିକ ଏବଂ ଭାରତୀୟ ତଟରକ୍ଷୀ ବାହିନୀର ୨୯୫ ନାଭିକ ପ୍ରମୁଖଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ୧୬ ସପ୍ତାହର କଠୋର ତାଲିମର ସଫଳ ସମାପ୍ତ କରିଛନ୍ତି ।

ନବ ନିଯୁକ୍ତ ଅଗ୍ନିବୀରମାନେ ବର୍ତ୍ତମାନ ସେମାନଙ୍କର ବୃତ୍ତିଗତ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ଜାରି ରଖିବା ପାଇଁ ବିଭିନ୍ନ ନୌସେନା ପ୍ରତିଷ୍ଠାନ ଏବଂ ଆଗଧାଡ଼ିର ଯୁଦ୍ଧ ଜାହାଜକୁ ଯିବେ । ଆଜି ଏହି ସମାରୋହରେ ଅତି ବିଶିଷ୍ଟ ସେବା ମଡେଲ ତଥା ନୌସେନା ମଡେଲ ପ୍ରାପ୍ତ ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍, ଦକ୍ଷିଣ ନୌସେନା କମାଣ୍ଡ ଭାଇସ୍ ଆଡମିରାଲ୍ ସମୀର ସକ୍ସେନା ମୁଖ୍ୟ ଅତିଥି ତଥା ସମୀକ୍ଷାକାରୀ ଅଧିକାରୀ ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପୂର୍ବତନ ସୈନିକ, ଗର୍ବିତ ପରିବାର ସଦସ୍ୟ ଏବଂ ଅନ୍ୟାନ୍ୟ ସମ୍ମାନିତ ଅତିଥିମାନେ ଉପସ୍ଥିତ ରହିଛନ୍ତି ।