ଜାନୁଆରୀ ୨୮ ରାଶିଫଳ, ଭାଇଭଉଣୀଙ୍କ ଠାରୁ ସହଯୋଗ ବୃଦ୍ଧି ପାଇବ

NEWS7
patient-dies-after-falling-from-hospital-roof-at-anandpur

ମେଷ- ଆସନ୍ତାକାଲି ଆପଣଙ୍କର ଆର୍ଥିକ ଦିଗଟି ବହୁତ ଭଲ ରହିବ ଏବଂ ହଠାତ୍ ଧନ ପ୍ରାପ୍ତି ର ଶୁଭ ଯୋଗ ରହିଛି। ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟକୁ ନେଇ ଆଲୋଚନା ହୋଇପାରେ। ମିଠା କଥା କହି ଆଜି ଆପଣ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିବେ।

ବୃଷ- ବୁଧବାର ନିଜ ରାଶିରେ ଚନ୍ଦ୍ର ଥିବାରୁ ଶ୍ରୀ ଚନ୍ଦ୍ର ଯୋଗ ରହିଛି, ଯାହା ଫଳରେ ମନ ପ୍ରଫୁଲ୍ଲ ରହିବ। ଆପଣଙ୍କୁ ଉତ୍ତମ ଭୋଜନ ଓ ସୁନିଦ୍ରା ପ୍ରାପ୍ତି ହେବାର ସମ୍ଭାବନା ଅଛି। ପ୍ରତ୍ୟେକ କାର୍ଯ୍ୟରେ ଆପଣ ନିଜର ଦକ୍ଷତା ପ୍ରମାଣିତ କରି ଖୁସି ହେବେ।

ମିଥୁନ- ଆସନ୍ତାକାଲି ଅନାବଶ୍ୟକ କାର୍ଯ୍ୟରେ ଅଧିକ ଅର୍ଥ ବ୍ୟୟ ହୋଇପାରେ, ତେଣୁ ନିଜ ବଜେଟ୍ ଉପରେ ନଜର ରଖନ୍ତୁ। କୌଣସି ଜରୁରୀ କାର୍ଯ୍ୟ ପାଇଁ ଆପଣଙ୍କୁ ଦୂର ଯାତ୍ରା କରିବାକୁ ପଡ଼ିପାରେ। ମାନସିକ ସ୍ତରରେ ସାମାନ୍ୟ କ୍ଳାନ୍ତ ଅନୁଭବ କଲେ ମଧ୍ୟ କାର୍ଯ୍ୟ ସଫଳ ହେବ।

କର୍କଟ- ଆୟର ନୂଆ ପନ୍ଥା ଫିଟିବ ଏବଂ ଆଶାଜନକ ଆୟ ବୃଦ୍ଧି ହେବାର ଯୋଗ ରହିଛି। ବନ୍ଧୁମାନଙ୍କ ସହ ଉତ୍ତମ ସମୟ ଅତିବାହିତ କରିବା ସହ ସେମାନଙ୍କ ଠାରୁ ଉପହାର ପାଇପାରନ୍ତି। ବ୍ୟବସାୟରେ ପୂର୍ବ ଅପେକ୍ଷା ଅଧିକ ଲାଭ ମିଳିବାର ଶୁଭ ସୂଚନା ମିଳୁଛି।

ସିଂହ- କର୍ମକ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି ପାଇବା ସହ କର୍ମରେ ଉନ୍ନତି ହେବାର ସୁଯୋଗ ମିଳିବ। ଉପରିସ୍ଥ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇବା ସହ ନୂତନ ଦାୟିତ୍ୱ ଗ୍ରହଣ କରିପାରନ୍ତି। ସାମାଜିକ ପ୍ରତିଷ୍ଠା ବଢ଼ିବ ଏବଂ ମନରେ ନୂତନ ଉତ୍ସାହ ଜାଗ୍ରତ ହେବ।

କନ୍ୟା- ଭାଗ୍ୟର ପୂର୍ଣ୍ଣ ସହଯୋଗ ପାଇବେ ଏବଂ ଧାର୍ମିକ କାର୍ଯ୍ୟରେ ପୂଜା ପାଠ ପାଇଁ ମନ ବଳିବ। ଦୂର ସ୍ଥାନକୁ ଭ୍ରମଣରେ ଯାଇ ନୂତନ ଅନୁଭୂତି ହାସଲ କରିପାରନ୍ତି। ପିତାଙ୍କ ଠାରୁ ସହଯୋଗ ମିଳିବା ସହ ଅଟକି ଥିବା କାମ ସମ୍ପୂର୍ଣ୍ଣ ହେବ।

ତୁଳା- ଅଷ୍ଟମ ଚନ୍ଦ୍ର ହେତୁ ସ୍ୱାସ୍ଥ୍ୟ ପ୍ରତି ବିଶେଷ ସତର୍କ ରୁହନ୍ତୁ ଏବଂ ଅଯଥା ଭୟରୁ ଦୂରେଇ ରୁହନ୍ତୁ। ଯାନବାହନ ଚଳାଚଳ ସମୟରେ ଅତି ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। କାହା ସହ ଯୁକ୍ତିତର୍କ ନ କରି ଧୈର୍ଯ୍ୟର ସହ ଦିନଟିକୁ ଅତିବାହିତ କରନ୍ତୁ।

ବିଛା- ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ଏବଂ ପାରିବାରିକ ସମ୍ପର୍କରେ ପ୍ରୀତି ବୃଦ୍ଧି ପାଇବ। ବ୍ୟବସାୟରେ ନୂତନ ସମ୍ପର୍କ ସ୍ଥାପନ କରି ଆଜି ଆପଣ ଲାଭବାନ ହେବାର ସୁଯୋଗ ପାଇବେ। ମନ ଖୁସି ରହିବା ସହ ପ୍ରିୟଜନଙ୍କ ସହ ଭ୍ରମଣର ଯୋଗ ରହିଛି।

ଧନୁ- କଠିନ ପରିଶ୍ରମ ଦ୍ୱାରା ଆଜି ଆପଣ ଶତ୍ରୁ ଜୟ କରିବେ ଏବଂ କାର୍ଯ୍ୟରେ ସଫଳ ହେବେ। ପୁରୁଣା ରୋଗରୁ ଉପଶମ ମିଳିବା ସହ ଶାରୀରିକ ସୁସ୍ଥତା ଅନୁଭବ କରିବେ। ମାମଲା ବା କୋର୍ଟ କଚେରୀ କାର୍ଯ୍ୟରେ ଆଜି ବିଜୟୀ ହେବାର ସୁଯୋଗ ରହିଛି।

ମକର- ବିଦ୍ୟାର୍ଥୀମାନେ ପାଠପଢ଼ାରେ ସଫଳତା ପାଇବେ ଏବଂ ନୂତନ ଜ୍ଞାନ ଆହରଣ ପାଇଁ ଉତ୍ସାହିତ ରହିବେ। ସନ୍ତାନମାନଙ୍କର ଶିକ୍ଷାଗତ ଉନ୍ନତି ଦେଖି ମନରେ ଗର୍ବ ଓ ଆନନ୍ଦ ଅନୁଭବ କରିବେ। ସୃଜନଶୀଳ କାର୍ଯ୍ୟ ପାଇଁ ଆଜି ଦିନଟି ଅତ୍ୟନ୍ତ ଫଳପ୍ରଦ ହେବ।

କୁମ୍ଭ- ଆସନ୍ତାକାଲି ପରିବାରରେ ସୁଖ ଶାନ୍ତି ବଜାୟ ରହିବା ସହ ମାତାଙ୍କ ସହଯୋଗ ପାଇବେ। ଗୃହ ପାଇଁ ନୂତନ ବିଳାସପୂର୍ଣ୍ଣ ଦ୍ରବ୍ୟ କ୍ରୟ କରିବାରେ ଆଜି ଅଧିକ ଅର୍ଥ ବ୍ୟୟ ହୋଇପାରେ। ମନ ପ୍ରଫୁଲ୍ଲ ରହିବ ଏବଂ ଆପଣ ମାନସିକ ଶାନ୍ତି ଅନୁଭବ କରିବେ।

ମୀନ- ବୁଧବାର ପ୍ରତ୍ୟେକ କାର୍ଯ୍ୟରେ ଭାଇଭଉଣୀଙ୍କ ଠାରୁ ସହଯୋଗ ବୃଦ୍ଧି ପାଇବ ଏବଂ ମନୋବଳ ଦୃଢ଼ ରହିବ। କୌଣସି ଛୋଟ ଯାତ୍ରାରୁ ଆର୍ଥିକ ଲାଭ ମିଳିବା ସହ ନୂତନ ବନ୍ଧୁତା ସ୍ଥାପନ ହେବ। ଆପଣଙ୍କର ସାହସିକ ପଦକ୍ଷେପ ଯୋଗୁଁ ଆଜି ଅନେକ କାମ ସହଜ ହୋଇଯିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682