SIR ପାଇଁ ଓଡ଼ିଶା ପୁରା ପ୍ରସ୍ତୁତ, ବୁଥ୍ ସଂଖ୍ୟା ୩୬ରୁ ୪୩ ହଜାରକୁ ବୃଦ୍ଧି କରାଯାଇଛି- CEO

NEWS7
patient-died-due-to-wrong-injection-allegation-in-delanga

ଭୁବନେଶ୍ୱର ୧୩।୦୧ : ରାଜ୍ୟରେ ବଢିଲା ବୁଥ ସଂଖ୍ୟା । SIR ପୂର୍ବରୁ ବୁଥ ସଂଖ୍ୟା ବୃଦ୍ଧି କରାଯାଇଛି ।  ଆଉ ୭ ହଜାର ବୁଥ ବୃଦ୍ଧି କରାଯାଇଛି । ପୂର୍ବରୁ ୩୬ ହଜାର ବୁଥ ଥିବା ବେଳେ ଏବେ ପ୍ରାୟ ୪୩ ହଜାର ବୁଥ କରାଯାଇଛି ବୋଲି କହିଛନ୍ତି ଓଡ଼ିଶା ଅତିରିକ୍ତ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ ମିଶ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, SIR ପାଇଁ ଓଡ଼ିଶା ପ୍ରସ୍ତୁତ | ଓଡିଶାରେ SIR ଲାଗୁ ପାଇଁ ପ୍ରସ୍ତୁତି ୫ ମାସ ଧରି ଚାଲିଛି | ଗୋଟିଏ ବୁଥରେ ୧୨୦୦ରୁ ଅଧିକ ଭୋଟର କିମ୍ବା ତାଠାରୁ କମ ଭୋଟର ରହିବେ । ଏନେଇ ସମସ୍ତ ପ୍ରୋସେସ ସରିଛି । ରାଜ୍ୟରେ ପ୍ରାୟ ୪୩ ହଜାର ବୁଥ ସୃଷ୍ଟି ହୋଇଛି ସବୁ ବୁଥରେ ୧୨୦୦ କିମ୍ବା ତାଠାରୁ କମ ଭୋଟର ରହିବେ | ସବୁ ବୁଥରେ ବୁଥ ଲେବୁଲ ଅଧିକାରୀ ନିଯୁକ୍ତ କରାଯାଇଛି। ୨୦୦୨ ମସିହାରେ ଶେଷ ଥର ପାଇଁ ଓଡିଶାରେ SIR ହୋଇଥିଲା । ୨୦୦୨ ରୁଲରେ ଯେଉଁମାନଙ୍କ ନାମ ଥିଲା । ୨୦୨୫ ରୁଲରେ ନାମ ଥିଲେ ଆଉ ସଂଶୋଧିତ ଦରକାର ନାହିଁ  ସେଥିରେ ସେମାନଙ୍କ ପୁଅ ଝିଅଙ୍କ ନାମ ଯୋଡ଼ାଯିବ । ୨୦୨୫ ଏବଂ ୨୦୦୨ ଡାଟା ଇଣ୍ଟିଗ୍ରେଟ ହୋଇସାରିଛି | ୭୦ ପ୍ରତିଶତ ମ୍ୟାପିଙ୍ଗ ସରିଛି । ଯେଉଁ ଭୋଟର ମାନେ ମ୍ୟାପିଙ୍ଗରେ ମିଳିବେ ନାହିଁ ସେମାନଙ୍କୁ ଆଉ କୌଣସି ଡକ୍ୟୁମେଣ୍ଟ ଦେବାକୁ ପଡିବ ।