ପୁରୀ ୧୧/୦୬: ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲାପରେ ଜ୍ୱରରେ ପଡ଼ିବେ ମହାପ୍ରଭୁ । ତେଣୁ ୧୫ ଦିନ ଧରି ଅଣସର ଘରେ ଚତୁଃର୍ଦ୍ଧାମୂର୍ତ୍ତିଙ୍କ କରାଯିବ ଗୁପ୍ତସେବା । ଏହି ସମୟରେ ଶ୍ରୀମନ୍ଦିରରେ ମନ୍ତ୍ରୋଚାରଣ ଓ ଅନ୍ୟାନ୍ୟ ନିତୀ ବନ୍ଦ ରହିବ। ଭକ୍ତମାନଙ୍କୁ ନିରାଶ ନକରି ଶ୍ରୀମନ୍ଦିରରେ ପଟିଦିଅଁ ରୂପରେ ଦର୍ଶନ ଦେବେ ମହାପ୍ରଭୁ।
ଏଥିପାଇଁ ଚିତ୍ରକର ସାହି ଓ ବାସେଳୀ ସାହି ପଣାପ୍ରିୟା ଲେନରେ ଚିତ୍ରକର ସେବାୟତ ମାନେ ଅତି ନିଷ୍ଠା, ଭକ୍ତି, ସମର୍ପଣ ମନୋଭାବର ସହ ପ୍ରସ୍ତୁତ କରୁଛନ୍ତି ପଟ୍ଟି ଦିଅଁ। ଶ୍ରୀଜିଉଙ୍କର ସ୍ନାନ ଯାତ୍ରାପରେ ତିନି ଠାକୁର ଅଣସରରେ ରହିଥାଆନ୍ତି । ସେହି ସମୟରେ ରତ୍ନ ସିଂହାସନରେ ତିନି ଠାକୁରଙ୍କ ବଦଳରେ ପୂଜା ପାଇଥାନ୍ତି ପଟି ଦିଅଁ । ଏହି ପଟି ଦିଅଁ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ପାଇଁ ଭୁବନେଶ୍ୱରୀ ଓ ମହାପ୍ରଭୁଙ୍କ ପାଇଁ ଅନନ୍ତ ନାରାୟଣ ପୂଜା ପାଇବେ । ବହୁ ପୁରାତନ ପରମ୍ପରା ରହିଛି ଏହି ପଟି ଦିଅଁଙ୍କର ପୂଜା । ଶ୍ରୀଜିଉଙ୍କର ଅଣସର ସମୟରେ ରତ୍ନ ସିଂହାସନରେ ପଟି ଦିଅଁଙ୍କୁ ପୂଜା କରାଯାଏ ।
also read..
ସୁନା କୂଅର ନାଁ କଣ ? ଯେଉଁଠୁ ଆସେ ୧୦୮ ଗରା ସୁବାଷିତ ଜଳ, ଦିବ୍ୟସ୍ନାନ କରନ୍ତି ତିନିଠାକୁର
ପୁରୀର ଚିତ୍ରକାର ସାହିରେ ଅନନ୍ତ ବାସୁଦେବ ଓ ମା ଭୁବନେଶ୍ବରୀଙ୍କ ପଟି ଦିଅଁ ତିଆରି ହେଉଥିବାବେଳେ ବାଲିସାହିର ପଣାପିଡିଆ ସାହିରେ ଅନନ୍ତ ନାରାୟଣଙ୍କର ପଟି ତିଆରି ହୋଇଥାଏ । ଏହି ପଟି ଦିଅଁଙ୍କର ଆକାର ୪ ଫୁଟ ଚଉଡ଼ା ଓ ସାଢ଼େ ୫ ଫୁଟ ଉଚ୍ଚତା ରହିଥାଏ । ପଟି ଦିଅଁରେ ଠାକୁରଙ୍କ ମୂର୍ତ୍ତି, ସିଂହାସନ ଓ ସଖୀ ଅଙ୍କା ଯାଇଥାଏ । ନିୟମ ନିଷ୍ଠାରେ ରହି ୭ ରୁ ୮ ଜଣ ଏହି କାର୍ଯ୍ୟରେ ଲାଗି ପଡ଼ିଥାଆନ୍ତି ।