ଜଗତସିଂହପୁର ୧୧/୦୭: ଏପଟେ ଆନ୍ଦୋଳନ, ସେପଟ୍ ଗଡ଼ିଲା ବସ୍ । ଜଗତସିଂହପୁରରୁ ଗଡ଼ିଛି ଯାତ୍ରୀବାହୀ ଘରୋଇ ବସ୍ । ବସ ମାଲିକ ସଂଘ ନିଷ୍ପତି କ୍ରମେ ଜିଲାରୁ କଟକକୁ ଗଡ଼ିଲା ଯାତ୍ରୀବାହୀ ବସ୍ । ବସ ମାଲିକ ମାନେ ଦୀର୍ଘ ୪ ଦିନ ହେବ ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି ।
ସରକାର ଡ୍ରାଇଭର ସଂଘର କିଛି ଦାବିକୁ ମାନି ନେଇଥିଲେ ହେଁ ସଂଘ ଆନ୍ଦୋଳନରୁ ଓହରି ନାହିଁ । ଯାତ୍ରୀଙ୍କ ଅସୁବିଧା ଓ ମାଲିକଙ୍କ ମାନଙ୍କ କ୍ଷତିକୁ ବିଚାର କରି ଆଜି ଜଗତସିଂହପୁର ଜିଲ୍ଲା ବସ୍ ମାଲିକ ସଂଘ ପକ୍ଷରୁ ବସ ଚଳାଚଳ ଆରମ୍ଭ କରିଛି । ସକାଳୁ ଜିଲାର ବିଭିନ୍ନ ସ୍ଥାନରୁ କଟକ ଅଭିମୁଖେ ବସ ଚଳାଚଳ ଆରମ୍ଭ ହୋଇଛି । ଫଳରେ ଯାତ୍ରୀଙ୍କ ପାଇଁ କିଛି ଆଶ୍ୱସ୍ତି ମିଳିଛି । ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ବେଳେ ବସ୍ ଗଡ଼ିବା ନିହାତି ଭାବେ ଭଲ ଖବର ।