ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ୧୭ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

Published By : Prameya-News7 Bureau | May 10, 2025 IST

ରାଇରଙ୍ଗପୁର ୧୦।୫: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଜିଆଳଦା ଚେଞ୍ଚଡା ଗଳାପୋଲ ନିକଟରେ ଭାରସାମ୍ୟ ହରାଇ 'ଆପୁ' ନାମକ ଯାତ୍ରୀବାହୀ ବସ୍ ରାସ୍ତା ତଳକୁ ଓଲଟିପଡିଥିଲା । ଫଳରେ ୧୭ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଜାରିଟାଣ୍ଡିରୁ କରଞ୍ଜିଆ ଯାଉଥିବା ‘ଆପୁ’ ନାମକ ବସ ବ୍ରେକ୍ ଫେଲ ହେବାରୁ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିବା ଚାଳକ କହିଛନ୍ତି । ଆହତ ଯାତ୍ରୀ ମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବାରୁ ତାଙ୍କୁ ବାରିପଦା ପିଆରଏମ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ବହଳଦା ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।

You Can Read: 

ମହାନଦୀ କୂଳରେ ପଡିଛି ଯୁବକଙ୍କ ମୃତଦେହ, କିଛି ଦୂରରେ ବାଇକ୍ ଓ ପ୍ୟାଣ୍ଟ୍-ସାର୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.