ନୂଆଦିଲ୍ଲୀ ୨୮।୦୭; ପାକିସ୍ତାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପଞ୍ଜାବ ପ୍ରଦେଶରେ ରବିବାର ଦିନ ବସ୍ଟି ଖାଇକୁ ଖସି ପଡିଥିଲା । ଦୁର୍ଘଟଣାରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ସମ୍ପର୍କରେ ଅଧିକାରୀମାନେ ସୂଚନା ଦେଇଛନ୍ତି। ବସ୍ଟି ଇସଲାମାବାଦରୁ ଲାହୋର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ମିଳିଛି କି ବସ୍ରେ ୪୦ ରୁ ଅଧିକ ଯାତ୍ରୀ ଥିଲେ।
ସୂଚନା ଅନୁଯାୟୀ, ବସ୍ର ଟାୟାର ଫାଟିଯିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ, ଯାହା ଫଳରେ ଗାଡ଼ିଟି ଖାଇ ତଳକୁ ଖସିପଡ଼ିଥିଲା।ସ୍ଥାନୀୟ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରାଧିକରଣ (DHA)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ଏକ ବିବୃତ୍ତିରେ କହିଛନ୍ତି, "ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୩୦ ଜଣ ଆହତ ହୋଇଛନ୍ତି।" ୮ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ, ଜଣେ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ମଧ୍ୟରେ ବସ୍ ଡ୍ରାଇଭର ମଧ୍ୟ ଅଛନ୍ତି। ଆହତମାନଙ୍କୁ ଚକୱାଲର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି
ଜରୁରୀକାଳୀନ ଉଦ୍ଧାର ସେବାର ମୁଖପାତ୍ର କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ମହିଳା ଏବଂ ପିଲାମାନେ ମଧ୍ୟ ସାମିଲ ଅଛନ୍ତି। ପାକିସ୍ତାନ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେ ପୀଡିତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।