ସରିଲା ନବୀନଙ୍କ ଅସ୍ତ୍ରୋପଚାର, ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ବାବା ସିନ୍ଧୁକେଶ୍ୱରଙ୍କ ନିକଟରେ ଦୀପ ଜାଳିଲେ ଦଳୀୟ ନେତା ଓ କର୍ମୀ

Published By : Prameya-News7 Bureau | June 22, 2025 IST

ଭଦ୍ରକ: ସରିଛି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର। ରବିବାର ମୁମ୍ବାଇ ସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅସ୍ତ୍ରୋପଚାର ହୋଇଛି। ଅସ୍ତ୍ରୋପଚାରରେ ନବୀନ ସୁସ୍ଥ ଥିବାବେଳେ, ତାଙ୍କୁ ଦୁଇ ଦିନ ପାଇଁ ଅବଜରଭେସନରେ ରଖାଯାଇଛି।

ଏପଟେ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀ ଅଧୀନ ଆଣିଜ ସ୍ଥିତ ବାବା ସିନ୍ଧୁକେଶ୍ୱରଙ୍କ ମନ୍ଦିର ପରିସରରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକଙ୍କ ସହ ଶତାଧିକ ଶୁଭେଚ୍ଛୁମାନେ ଦୀପ ଦାନ କରିଛନ୍ତି। ନବୀନ ପଟ୍ଟନୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ନବୀନ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ବୋଲି ଆଶା ରଖି ଦୀପ ଦାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.