ଆତଙ୍କବାଦକୁ କେବେ ବରଦାସ୍ତ କରି ହେବ ନାହିଁ , ନିଜର ସ୍ପଷ୍ଟ ମତ ରଖିଲେ ଏସ୍‌ ଜୟଶଙ୍କର : ସମର୍ଥନ ପାଇଁ ବ୍ରିଟେନକୁ ଦେଲେ ଧନ୍ୟବାଦ

Published By : Prameya-News7 Bureau | June 07, 2025 IST

ନୂଆଦିଲ୍ଲୀ : ଭାରତ ଆତଙ୍କବାଦକୁ କେବେ ବରଦାସ୍ତ କରି ପାରିବ ନାହିଁ। ଆଶା ଯେ, ଆମର ପାର୍ଟନର ଆତଙ୍କବାଦ ପ୍ରତି ଭାରତର ଶୂନ୍ୟ ସହନଶୀଳତା ନୀତିକୁ ବୁଝିବେ। ଏହି କଥା ଭାରତୀୟ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ବ୍ରିଟେନର ବିଦେଶ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି। ଜୟଶଙ୍କର ପହଲଗାମ ହମଲାର ନିଦା କରିବା ଓ ଆତଙ୍କବାଦ ବିରୋଧରେ ଭାରତର ଲଢେଇର ସମର୍ଥନ କରିବା ପାଇଁ ବ୍ରିଟେନ୍‌କୁ ଧନ୍ୟବାଦ ଦେଇଛନ୍ତି। ବିଦେଶ ମନ୍ତ୍ରୀ କହିଛନ୍ତି, ଭାରତ କେବେ ବି ଏହି କଥାର ସମର୍ଥନ କରିବ ନାହିଁ ଯେ, ଅପରାଧୀଙ୍କୁ ପୀଡ଼ିତଙ୍କ ସମାନ ରଖା ଯାଉ। ଏହାସହ ଜୟଶଙ୍କର ନିକଟରେ ହୋଇଥିବା ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ଚୁକ୍ତି , ଡୁଆଲ କଣ୍ଟ୍ରିବ୍ୟୁସନ ଏଗ୍ରିମେଣ୍ଟକୁ ମାଇଲଖୁଣ୍ଟ ଭାବେ ଦର୍ଶାଇଛନ୍ତି।

ଭାରତ ଆସିଛନ୍ତି ବ୍ରିଟିଶ ବିଦେଶ ମନ୍ତ୍ରୀ –

ଉଲ୍ଲେଖନୀୟ ଯେ, ବ୍ରିଟେନ୍‌ର ବିଦେଶ ମନ୍ତ୍ରୀ ଡେଭିଡ୍‌ ଲାମୀ ବାଣିଜ୍ୟ ସହ ପ୍ରତିରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷୀୟ ସମ୍ୱନ୍ଧର ସମୀକ୍ଷା ପାଇଁ ଶନିବାର ଭାରତର ଦୁଇ ଦିବସୀୟ ଯାତ୍ରାରେ ଆସିଛନ୍ତି। ଲାମୀ ତାଙ୍କର ଭାରତୀୟ ପ୍ରତିପକ୍ଷ ଏସ୍ ଜୟଶଙ୍କରଙ୍କ ସହ ବ୍ୟାପକ ପ୍ରସଙ୍ଗ ଉପରେ କଥାବାର୍ତ୍ତା କରିଛନ୍ତି। ଜୟ ଶଙ୍କର ଏହି ସମୟରେ ଭାରତ-ବ୍ରିଟେନ୍‌ମୁକ୍ତ ବ୍ୟାଣିଜ୍ୟ ଚୁକ୍ତିର ମଧ୍ୟ ପ୍ରଶଂସା କରିଛନ୍ତି। ଏହାସହ ସେ ଏହି ଚୁକ୍ତିକୁ ମାଇଲଖୁଣ୍ଡ ଭାବେ ଦର୍ଶାଇଛନ୍ତି।

ସୀମା ପାର୍ ଆତଙ୍କବାଦ ଉପରେ ହୋଇଥିଲା ଆଲୋଚନା –

ବିଶେଷଜ୍ଞଙ୍କ ମୁତାବିକ , ବ୍ରିଟେନ୍‌ର ବିଦେଶ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା ବେଳେ ପାକିସ୍ତାନ ଦ୍ୱାରା ପ୍ରସାରିତ ସୀମା ପାର ଆତଙ୍କବାଦ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଆପଣଙ୍କୁ କହି ରଖୁଛୁ କି, ଗତ ମାସରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ବେଳେ ବ୍ରିଟେନ ଦୁଇ ଦେଶର ସଂପର୍କରେ ଥିଲା। ଭାରତ ଆସିବା ପୂର୍ବରୁ ଲାମୀ ୧୬ ମେ’ରେ ଦୁଇ ଦିନ ପାଇଁ ଇସଲାମାବାଦ ମଧ୍ୟ ଯାଇ ଥିଲେ। ସେଠାରେ ସେ ସାମରିକ ସଂଘର୍ଷ ଶେଷ କରିବା ପାଇଁ  ଦୁଇ ଦେଶର ପ୍ରଶଂସା ମଧ୍ୟ କରିଥିଲେ।

ଏହା ପୂର୍ବରୁ ୫ଟି ମଧ୍ୟ ଏସୀୟ ଦେଶ ଶୁକ୍ରବାର ଭାରତ ସହ ମିଶି ୨୨ ଅପ୍ରେଲରେ ହୋଇଥିବା ପହଲଗାମ ଆତଙ୍କବାଦୀ ହମଲାର କଡ଼ା ନିନ୍ଦା କରିଥିଲେ। ଏହାସହ ଦାବି କରିଥିଲେ ଯେ, ଆତଙ୍କବାଦୀ କାର୍ଯ୍ୟର ଅପରାଧୀ , ଆର୍ଥିକ ସହାୟତା ପ୍ରଦାନକାରୀ ଓ ପ୍ରାୟୋଜକଙ୍କୁ ଦାୟୀ କରିବା ସହ ଦଣ୍ଡିତ କରାଯାଉ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.