ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୧ରୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ବୁଧବାର ଏହି ଘୋଷଣା କରିଛନ୍ତି । ପୂର୍ବରୁ ମୌସୁମୀ ଅଧିବେଶନର ତାରିଖ ଜୁଲାଇ ୨୧ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବା ନେଇ ପ୍ରସ୍ତାବ ଦିଆଯାଇଥିଲା । ସାଧାରଣତଃ ସଂସଦର ମୌସୁମୀ ଅଧିବେଶନ ସ୍ୱାଧୀନତା ଦିବସ (ଅଗଷ୍ଟ ୧୫) ପୂର୍ବରୁ ଶେଷ ହୋଇଥାଏ । କିନ୍ତୁ ଏଥର ପ୍ରଥମ ଥର ପାଇଁ ଅଧିବେଶନ ଅଗଷ୍ଟ ୧୫ ପରେ ମଧ୍ୟ ଚାଲିବ ।
କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଏକ୍ସ ପୋଷ୍ଟରେ କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମୌସୁମୀ ଅଧିବେଶନର ନୂତନ ତାରିଖକୁ ଅନୁମୋଦନ କରିଛନ୍ତି । ଏବେ ସଂସଦର ମୌସୁମୀ ଅଧିବେଶନ ୨୧ ଜୁଲାଇରୁ ଆରମ୍ଭ ହେବ ଏବଂ ୨୦୨୫ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ ଉଭୟ ଲୋକସଭା ଏବଂ ରାଜ୍ୟସଭାର କାର୍ଯ୍ୟକାଳ ସକାଳ ୧୧ ଟାରେ ଆରମ୍ଭ ହେବ । ତେବେ ସ୍ୱାଧୀନତା ଦିବସ ସମାରୋହ ପାଇଁ ଅଗଷ୍ଟ ୧୩-୧୪ରେ କୌଣସି ସଂସଦୀୟ କାର୍ଯ୍ୟ ହେବ ନାହିଁ ।
The Hon’ble President of India has approved the proposal of the Government to convene the Monsoon Session of Parliament from 21st July to 21st August, 2025. In view of the Independence Day celebrations, there will be no sittings on the 13th and 14th of August. pic.twitter.com/ReWs8T7Czk
— Kiren Rijiju (@KirenRijiju) July 2, 2025
ଏହି ଅଧିବେଶନକୁ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି, କାରଣ ବିରୋଧୀ ଦଳ ନିକଟରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଦାବି କରିଥିଲେ । ଜୁନ୍ ୩ରେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏବଂ ଏହା ପରେ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ୍ ଅପରେସନ୍ ସିନ୍ଦୂର ଉପରେ ତୁରନ୍ତ ଆଲୋଚନା କରିବାକୁ ଦାବି କରିଥିଲେ । ଏହି ଅପରେସନ୍ ମାଧ୍ୟମରେ ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଥିଲେ ।
ସରକାର ଏବେ ସ୍ପଷ୍ଟ କରିଛନ୍ତି ଯେ ଏହି ସମସ୍ତ ପ୍ରସଙ୍ଗ ଉପରେ ମୌସୁମୀ ଅଧିବେଶନରେ ହିଁ ଆଲୋଚନା କରାଯାଇପାରିବ ଏବଂ ଏଥିପାଇଁ ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାର ଆବଶ୍ୟକତା ନାହିଁ । ଏହି ପଦକ୍ଷେପ ସରକାରଙ୍କ ସେହି ରଣନୀତିକୁ ସୂଚିତ କରୁଛନି, ଯାହା ଅନୁଯାୟୀ ନିର୍ଦ୍ଧାରିତ ଅଧିବେଶନରେ ହିଁ ସମସ୍ତ ବିଧି ଏବଂ ରାଜନୈତିକ ଆଲୋଚନାକୁ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛନ୍ତି ।