Viral Girl Monalisa Marriage: ପ୍ରେମିକ ଫରମାନଙ୍କୁ କେରଳର ଏକ ମନ୍ଦିରରେ ବିବାହ କଲେ ମୋନାଲିସା, ରାଜି ନାହିଁ ପରିବାର

NEWS7
paris-wali-dilhi-rahul-gandhi-mocked-aap-chief-arvind-kejriwal

ନୂଆଦିଲ୍ଲୀ: ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭ ମେଳାରେ ଭାଇରାଲ୍ ହୋଇଥିବା ମୋନାଲିସା ଏବେ ପୁଣି ଥରେ ଚର୍ଚ୍ଚାରେ । ଏଥର ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି । ଭାଇରାଲ୍ ଗାର୍ଲ ମୋନାଲିସା ନିଜର ମୁସଲିମ୍ ପ୍ରେମିକ ଫରମାନ ଖାନଙ୍କୁ ବିବାହ କରିଛନ୍ତି । ପରିବାରର ବାରଣ ସତ୍ତ୍ବେ ସେ ତାଙ୍କୁ ବିବାହ କରିଥିବା ଜଣାପଡ଼ିଛି । ଘରେ ବାରଣ କରିବାରୁ ମୋନାଲିସା ପ୍ରେମିକଙ୍କ ସହ କେରଳ ଚାଲିଯାଇଥିଲେ । ସେଠାରେ ଦୁହେଁ ବିବାହ କରିଛନ୍ତି ।

ଅଧିକ ପଢ଼ନ୍ତୁ: Telegramରେ ଆଉ ମିଳିବନି ପାଇରେଟେଡ୍ କଣ୍ଟେଣ୍ଟ, ଜଲଦି ହଟାଇବାକୁ ସରକାରଙ୍କ ନିର୍ଦ୍ଦେଶ

ମୋନାଲିସା ମାଗିଲେ ପୋଲିସ ସୁରକ୍ଷା
ମୋନାଲିସା ତାଙ୍କ ମୁସଲିମ ପ୍ରେମିକ ଫରମାନଙ୍କ ସହିତ କେରଳର ତିରୁଅନନ୍ତପୁରମର ଟାମ୍ପନୁର ପୋଲିସ ଷ୍ଟେସନକୁ ଯାଇ ସୁରକ୍ଷା ପାଇଁ ଅନୁରୋଧ କରିଥିଲେ। ମୋନାଲିସା ପୋଲିସକୁ କହିଥିଲେ ଯେ, ସେ ତାଙ୍କ ପ୍ରେମିକଙ୍କ ସହିତ ରହିବାକୁ ଚାହାଁନ୍ତି ଏବଂ ଶୀଘ୍ର ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୋନାଲିସା ଅଭିଯୋଗ କରିଛନ୍ତି ଯେ, ତାଙ୍କ ପରିବାର ଏହି ସମ୍ପର୍କକୁ ଗ୍ରହଣ କରନ୍ତି ନାହିଁ। ବିଶେଷକରି ତାଙ୍କ ବାପା ଜୟ ସିଂହ ଭୋସଲେ ଏହାକୁ ଘୋର ବିରୋଧ କରୁଛନ୍ତି। ଯୁବକଙ୍କ ଧର୍ମ ଭିନ୍ନ ହୋଇଥିବାରୁ ଜୟ ସିଂହ, ଝିଅ ମୋନାଲିସାଙ୍କ ଉପରେ ଚାପ ପକାଉଥିଲେ। ତାଙ୍କୁ ଘରକୁ ଫେରିବାକୁ ବାଧ୍ୟ କରାଯାଉଛି ବୋଲି ସେ ଦାବି କରିଛନ୍ତି ।

ବିବାହ କଲେ ମୋନାଲିସା
ମୋନାଲିସା ଏବଂ ଫରମାନ ପ୍ରାୟ ଦେଢ଼ ବର୍ଷ ଧରି ସମ୍ପର୍କରେ ଥିଲେ ବୋଲି ପୋଲିସ କହିଛି । ସେମାନେ ଫେସବୁକ୍ ମାଧ୍ୟମରେ ସାକ୍ଷାତ କରିଥିଲେ। ସାମାଜିକ ଏବଂ ଧାର୍ମିକ ଚାପରୁ ରକ୍ଷା ପାଇବା ପାଇଁ ସେମାନେ କେରଳ ଯିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ମୋନାଲିସା ଏବଂ ଫରମାନ ପୋଲିସକୁ କହିଛନ୍ତ । ମୋନାଲିସା ସାବାଳିକା ଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା ଏବଂ ସେମାନଙ୍କୁ ବିବାହ ପାଇଁ ଅନୁମତି ଦେଇଥିଲା । ପରବର୍ତ୍ତୀ ସମୟରେ ମୋନାଲିସାଙ୍କ ବାପାଙ୍କୁ ପୋଲିସ ଷ୍ଟେସନକୁ ଡକାଯାଇଥିଲା । କିନ୍ତୁ ଆଇନ ଅନୁଯାୟୀ ମୋନାଲିସା ପ୍ରାପ୍ତବୟସ୍କା ଥିବାରୁ ତାଙ୍କୁ ବିବାହ କରିବାକୁ ଅନୁମତି ମିଳିଥିଲା ।

Also Read: ସୁନୀତା-ଗୋବିନ୍ଦାଙ୍କ ସମ୍ପର୍କ ବିଷୟରେ ଖୁଲାସା କଲେ ଝିଅ ଟିନା, କହିଲେ-ଗତ ୨ ବର୍ଷ ଭଲ ନଥିଲା

ମନ୍ଦିରରେ ହେଲା ବିବାହ
୧୮ ବର୍ଷୀୟା ଭାଇରାଲ ସେନସେସନ୍ ମୋନାଲିସା ଭୋସଲେ ମାର୍ଚ୍ଚ ୧୧ ତାରିଖରେ ତାଙ୍କ ପ୍ରେମିକ ଫରମାନ ଖାନଙ୍କୁ ବିବାହ କରିଛନ୍ତି । କେରଳର ତିରୁଅନନ୍ତପୁରମ ନିକଟସ୍ଥ ପୁଭରର ଅରୁମାନୁର ଶ୍ରୀ ନୈନାର ଦେବ ମନ୍ଦିରରେ ଏହି ବିବାହ ହୋଇଛି ।

କୁମ୍ଭମେଳାରୁ ସିନେ ଦୁନିଆ
ମୋନାଲିସା ୨୦୨୫ ରେ ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ସମୟରେ ଭାଇରାଲ ହୋଇଥିଲେ । ସେ ତାଙ୍କ ପରିବାର ସହିତ ରୁଦ୍ରାକ୍ଷ ମାଳା ବିକ୍ରୟ କରୁଥିବାର ଦେଖାଯାଇଥିଲେ। ତାଙ୍କର ଫଟୋ ଏବଂ ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେଠାରୁ ତାଙ୍କୁ ଫିଲ୍ମ ଦୁନିଆକୁ ଯିବାକୁ ଅଫର ମିଳିଥିଲା । ଏହା ପରେ, ସେ ‘ଦି ଡାଏରୀ ଅଫ୍ ମଣିପୁର’ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ ।