ନୂଆଦିଲ୍ଲୀ,୧୦/୦୨: ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦି ‘ପରୀକ୍ଷା ପେ ଚର୍ଚ୍ଚା’ । ଅଷ୍ଟମ ସଂସ୍କରଣରେ ପିଏମ୍ ମୋଦି ପରୀକ୍ଷାର୍ଥୀଙ୍କୁ ଟିସ୍ପ ଦେବେ । ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମ ରହିଛି । ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ସିଧାସଳଖ କଥା ହେବେ ପ୍ରଧାନମନ୍ତ୍ରୀ ।
ପିଏମଓରୁ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତି ମୁତାବକ, ଏ ବର୍ଷ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପୂର୍ବ ରେକର୍ଡ ଭାଙ୍ଗିବ । ଏଥିରେ ୫ କୋଟିରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ସାମିଲ ହେବାର ସମ୍ଭାବନା ରହିଛି । ଏହି ଅଷ୍ଟମ ସଂସ୍କରଣରେ ଅଭିନେତା ବିକ୍ରାନ୍ତ ମାସି, ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଭୂମି ପେଡନେକର ଯୋଗଦେବେ । ବକ୍ସିଂ ବିଶ୍ୱ ଚାମ୍ପିଅନ ଏମ୍ସି ମେରୀ କମ୍ ଓ ଆଧ୍ୟାତ୍ମିକ ଗୁରୁ ସଦ୍ଗୁରୁଙ୍କ ଭଳି ପ୍ରମୁଖ ବ୍ୟକ୍ତିବିଶେଷ ବି ଅଂଶଗ୍ରହଣ କରିବେ । ଉକ୍ତ କାର୍ଯ୍ୟକ୍ରମରେ ପରୀକ୍ଷା ସଂକ୍ରାନ୍ତ ପ୍ରସଙ୍ଗ, ପରାମର୍ଶ ଓ ଚାପ କମ୍ ଭଳି ଘଟଣାକୁ ନେଇ ଚର୍ଚ୍ଚା କରାଯାଏ । ଅଭିଭାବକ ଓ ଶିକ୍ଷକମାନଙ୍କର ମାର୍ଗଦର୍ଶନ କରାଯାଏ । ଏହି ଆପୋସ ଆଲୋଚନାମୂଳକ କାର୍ଯ୍ୟକ୍ରମ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହୋଇଥାଏ । କାର୍ଯ୍ୟକ୍ରମ ପରେ ସମସ୍ତ ପ୍ରତିଭାଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଏ ।
ଏ ବର୍ଷ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୬ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି । ଏଥର ଖେଳ ଓ ଅନୁଶାସନ, ମାନସିକ ସ୍ୱାସ୍ଥ୍ୟ, ଖାଦ୍ୟପେୟ, ପ୍ରଯୁକ୍ତି ଓ ଅର୍ଥ, ସୃଜନଶୀଳତା ଓ ସକାରାତ୍ମକ ଚିନ୍ତାଧାରା, ମାନସିକ ଶାନ୍ତି, ସଫଳତା କାହାଣୀ ଭଳି ବିଷୟରେ ଚର୍ଚ୍ଚା ହେବ ।