ବାଲିଯାତ୍ରା ୨୦୨୫
LIVE TV

ଆର୍ଜେଣ୍ଟିନା ବଡ ଅଘଟଣ ; ଟ୍ରାକ୍‌କୁ ଖସିଲା ଟ୍ରେନ୍, ୨୦ ଆହତ

NEWS7
paradeep-corona-suspected-couples-sample-will-send-pune-for-test

ନୂଆଦିଲ୍ଲୀ ୧୨।୧୧; ଆର୍ଜେଣ୍ଟିନାର ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବ୍ୟୁନୋସ୍ ଆୟର୍ସର ଲିନିୟର୍ସ ରେଳ ଷ୍ଟେସନ ନିକଟରେ ଏକ ଧୀର ଗତିରେ ଯାଉଥିବା ଟ୍ରେନ୍ ହଠାତ୍ ଲାଇନଚ୍ୟୁତ ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ସାର୍ମିଏଣ୍ଟୋ ଲାଇନ ପାସେଞ୍ଜର ଟ୍ରେନର ତିନୋଟି ବଗି ଲାଇନଚ୍ୟୁତ ହୋଇଥିଲା। ଦୁର୍ଘଟଣା ପରେ ସମଗ୍ର ରୁଟରେ ଟ୍ରେନ୍ ସେବା ବନ୍ଦ ହୋଇଯାଇଥିଲା। ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଏହି ଘଟଣା ଘଟିଛି।

ଦୁର୍ଘଟଣା କିପରି ଘଟିଲା?

ଇଣ୍ଟରଲକିଂ ସିଷ୍ଟମ ଟ୍ରାକ୍ ସ୍ୱିଚ୍ ନିୟନ୍ତ୍ରଣ କରେ। ଏହି ତ୍ରୁଟି ଯୋଗୁଁ ଟ୍ରେନର ଚକ ଧୀର ଗତିରେ ଚାଲୁଥିଲେ ମଧ୍ୟ ଟ୍ରାକ୍ ରୁ ଖସିଗଲା ଏବଂ ତିନୋଟି ବଗି ଲାଇନଚ୍ୟୁତ ହେଲା। ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପ୍ରକାଶ ପାଇଛି। ଯେଉଁଥିରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ଦେଖାଯାଉଛି।

 ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି

ଦୁର୍ଘଟଣା ପରେ ସମ୍ପୂର୍ଣ୍ଣ ଟ୍ରେନରେ ଆତଙ୍କ ଖେଳିଯାଇଥିଲା । ବଗି ଭିତରେ ଅନେକ ଯାତ୍ରୀ ଫସି ରହିଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ସୂଚନା ଦେଇ ରେଳ ପ୍ରଶାସନ କହିଛି ଯେ, ଏହି ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏଗାର ଜଣଙ୍କୁ ଘଟଣାସ୍ଥଳରେ ଚିକିତ୍ସା କରାଯାଇଥିଲା। ନଅ ଜଣ ଯାତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ଦୁର୍ଘଟଣାର କାରଣ ତଦନ୍ତ କରାଯାଉଛି।