ଶେରଗଡ଼ ବ୍ଲକ ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, କୃଷ୍ଣଚନ୍ଦ୍ରଙ୍କୁ ଭେଟିଲେ ନବୀନ ପଟ୍ଟନାୟକ

NEWS7
papaya is rich in nutrients

ଭୁବନେଶ୍ବର: ମଙ୍ଗଳବାର କିଛି ଦୁର୍ବୃତ୍ତ ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକଙ୍କୁ ମରଣାନ୍ତଙ୍କ ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ଆହତ ହୋଇଥିବା କୃଷ୍ଣଚନ୍ଦ୍ରଙ୍କୁ ଭୁବନେଶ୍ବର କଳିଙ୍ଗ ନଗର ସ୍ଥିତ ଆଇ.ଜି.କେ.ସି. ମଲ୍ଟିସ୍ପେଶାଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହସ୍ପିଟାଲକୁ ଯାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଖବର ନେଇଛନ୍ତି।

ହସ୍ପିଟାଲ୍ରେ ପହଞ୍ଚିବା ପରେ ସେ ଚିକିତ୍ସା ଧୀନ କର୍ମୀଙ୍କୁ ସାକ୍ଷାତ କରି ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଏହା ସହିତ ସେ ଚିକିତ୍ସା କରୁଥିବା ନ୍ୟୁରୋସର୍ଜନ୍ ଡାକ୍ତର ହିମାଂଶୁ ଭୂଷଣ ନାୟକଙ୍କ ସହ ଆଲୋଚନା କରି ରୋଗୀଙ୍କ ଚିକିତ୍ସା ପ୍ରକ୍ରିୟା ଓ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ବିସ୍ତୃତ ତଥ୍ୟ ନେଇଥିଲେ। ତେବେ ଏନେଇ ନବୀନ କହିଛନ୍ତି, ‘ ମୁଁ ଆଶ୍ଚର୍ଯ୍ୟ ଯେ, ମୋ ବିଧାନସଭା ମଣ୍ଡଳୀର ସଦସ୍ୟକୁ ଏଭଳି ମାଡ଼ ମାରିଛନ୍ତି। ବିଜେପି ଗୁଣ୍ଡାଙ୍କ ଦ୍ଵାରା ଏଭଳି ଗୁରୁତର ହୋଇଛନ୍ତି ବ୍ଲକ ଅଧ୍ୟକ୍ଷ। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ଗଲାଣି। ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ।’’

ମଧ୍ୟପ୍ରାଚ୍ୟରେ ଫସିଛନ୍ତି ଲକ୍ଷ ଲକ୍ଷ ଓଡ଼ିଆ: ନବୀନ

ଆହୁରି ମଧ୍ୟ ଏହି ସମୟରେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଫସିଥିବା ଓଡ଼ିଆଙ୍କ ପ୍ରସଙ୍ଗ କହିଛନ୍ତି ନବୀନ। ଫସିରହିଥିବା ଓଡ଼ିଆଙ୍କ ପାଇଁ ଚିନ୍ତା ପ୍ରକଟ କରିବା ସହ ନବୀନ କହିଛନ୍ତି, ମଧ୍ୟପ୍ରାଚ୍ୟର ଯୁଦ୍ଧରେ ଫସି ରହିଛନ୍ତି ଲକ୍ଷ ଲକ୍ଷ ଓଡ଼ିଆ। କିନ୍ତୁ ବିଜେପି ଏହି ସମୟରେ ରାଜ୍ୟ ସଭା ପାଇଁ ଘୋଡ଼ା ବେପାର କରୁଛି। ରାଜ୍ୟ ପାଇଁ ଏହା ବହୁତ ଆଶ୍ଚର୍ଯ୍ୟ ଜଣକ ଘଟଣା।

ସେହିଭଳି ଡାକ୍ତର ମାନଙ୍କ ପକ୍ଷରୁ ରୋଗୀଙ୍କୁ ଦିଆଯାଉଥିବା ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଜାଣିବା ପରେ ନବୀନ ପଟ୍ଟନାୟକ ସନ୍ତୋଷ ପ୍ରକାଶ କରିଥିଲେ। ଏହା ସହିତ ସେ ଆଇ.ଜି.କେ.ସି. ମଲ୍ଟିସ୍ପେଶାଲିଟି ହସ୍ପିଟାଲର ଚେୟାରମ୍ୟାନ୍ ଡାକ୍ତର ମନୋରଞ୍ଚନ ମହାପାତ୍ର, ମ୍ୟାନେଜିଂ ଡାଇରେକ୍ଟର ଡାକ୍ତର ସୁବୋଧ ଦାସ, ଡାଇରେକ୍ଟର ଡାକ୍ତର ପ୍ରକାଶ ଚନ୍ଦ୍ର ଦଳେଇ ଏବଂ ଅନ୍ୟତମ ଡାଇରେକ୍ଟର ଡାକ୍ତର ବୃଦାବନ ନାହାକଙ୍କ ସମେତ ହସ୍ପିଟାଲ୍ର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହିତ ସମଗ୍ର ଆଇ.ଜି.କେ.ସି. ହସ୍ପିଟାଲର ପ୍ରୟାସକୁ ପ୍ରଶଂସା କରିଥିଲେ।