ଗ୍ୟାସ ସିଲିଣ୍ଡର ବିସ୍ପୋରଣରେ ଉଡ଼ିଗଲା ଘର ଛିନଛତ୍ର, ଜଣେ ଆହତ

NEWS7
panchayataraj-minister-on-awas-survey

ବ୍ରହ୍ମପୁର: ବ୍ରହ୍ମପୁର ନିମଖଣ୍ଡି ଥାନା ବୋରିଗାଁରେ ବଡ଼ ଅଘଟଣ। ଗ୍ୟାସ ସିଲିଣ୍ଡର ବିସ୍ପୋରଣରେ ଉଡ଼ିଗଲା ଘର। ବିଳମ୍ବିତ ରାତିରେ ଏହି ଘଟିଛି। ସୌଭାଗ୍ୟବଶତଃ ଜଣେ ଆହତ ହୋଇଛନ୍ତି। ପ୍ରଫୁଲ୍ଲ ରାଉଳ ଆହତ ହୋଉଥିବା ସୂଚନା ମିଳିଛି। ଅଗ୍ନିଶମ ବିଭାଗ ପହଞ୍ଚି ସ୍ଥିତିକୁ କରିଲେ ଆୟତ୍ତ କରିଛନ୍ତି।

କେଉଁ ପରିସ୍ଥିତିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ ହୋଇଛି ତାହା କିଛି ଜଣା ପଡ଼ିନଥିବା ଅଗ୍ନିଶମ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ଗ୍ୟାସ ଚୁଲା ଲାଗିନଥିବା ବେଳେ ସିଲିଣ୍ଡର କିପରି ବିସ୍ଫୋରଣ ହେଲା ତଦନ୍ତରୁ ଜଣାପଡିବ। କେମିତି ଘରର ବିଭିନ୍ନ ଅଂଶ ଭାଙ୍ଗିଲା ତାକୁ ନେଇ ସନ୍ଦେହ ରହିଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି।