ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଏଣିକି ପଞ୍ଚାୟତ ପ୍ରତିନିଧିଙ୍କର କାର୍ଯ୍ୟ ଅବଧିରେ ମୃତ୍ୟୁ ହେଲେ କିମ୍ବା ଅକ୍ଷମତା କ୍ଷେତ୍ରରେ ମିଳିବ ଅନୁକମ୍ପା ସହାୟତା। ଗୁରୁବାର ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ତେବେ ଏହି ନୂଆ ଯୋଜନା ଅନୁସାରେ ପଞ୍ଚାୟତ ପ୍ରତିନିଧିଙ୍କର କାର୍ଯ୍ୟ ଅବଧି ମଧ୍ୟରେ ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା। ସେହିଭଳି କାର୍ଯ୍ୟ ଅବଧି ମଧ୍ୟରେ ଯଦି କୌଣସି କାରଣରୁ ପଞ୍ଚାୟତ ପ୍ରତିନିଧି ଉଭୟ ହାତ, ଗୋଡ, ଆଖି ହରାଉଛନ୍ତି ତେବେବି ତାଙ୍କୁ ୨ ଲକ୍ଷ ଅନୁକମ୍ପା ରାଶି ମିଳିବ। ଗୋଟିଏ ହାତ କିମ୍ବା ଗୋଡ଼ ନଷ୍ଟ ହେଲେ ୧ ଲକ୍ଷ ଟଙ୍କାର ସହାୟତା ମିଳିବ। ଏଥିରେ ୱାର୍ଡ ମେମ୍ବରଙ୍କଠୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭାପତି ପର୍ଯ୍ୟନ୍ତ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।